୩୦ରୁ ସାରା ଓଡ଼ିଶାରେ ପ୍ରବଳ ବର୍ଷା

ଭୁବନେଶ୍ବର ()   ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ଘନୀଭୂତ ହେବା ସମ୍ଭାବନା ଥିବାରୁ ଆସନ୍ତା ଜୁନ୍ ୩୦ରୁ ସାରା ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାର ଠିକ୍ ଗୋଟିଏ ଦିନ ପରେ ଅର୍ଥାତ୍ ଜୁଲାଇ ୧ ତାରିଖ ଦିନ ଏହି ଲଘୁଚାପ ଡିପ୍ରେସନର ରୂପ ନେବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି ।

ଜୁଲାଇ ୨ ତାରିଖ ସକାଳ ସୁଦ୍ଧା ଉତର ପଶ୍ଚିମ ବଙ୍ଗୋପସାଗର ତଥା ଓଡ଼ିଶା ଉପକୂଳରେ ଏହା ଡିପ୍ ଡିପ୍ରେସନର ରୂପ ନେବାର ଯଥେଷ୍ଟ ସମ୍ଭାବନା ଥିବା ସିଇସି ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି ।

ଏହାର ପ୍ରଭାବରେ ଜୁନ୍ ୩୦ ତାରିଖ ଅପରାହ୍ନ କିମ୍ବା ରାତିରୁ ବର୍ଷା ଆରମ୍ଭ ହୋଇ ଜୁଲାଇ ୩ ତାରିଖ ପର୍ୟ୍ୟନ୍ତ ସାରା ରାଜ୍ୟରେ ଲାଗି ରହିବ ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

9 − four =