ସବୁବର୍ଗର ନାଗରିକଙ୍କୁ ଉତମ ଏବଂ ତ୍ୱରିତ ସେବା ଯୋଗାଣକୁ ଗୁରୁତ୍ୱ

ଭୁବନେଶ୍ୱର()   ରାଜ୍ୟର ବୃହତମ ସ୍ୱାୟତ ସଂସ୍ଥା ଭୁବନେଶ୍ୱର ମହାନଗର ନିଗମରେ ଯୋଗ ଦେଇଛନ୍ତି ନୂଆ କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ା କାର୍ଯ୍ୟରେ ଯୋଗ ଦେବାକ୍ଷଣି ସବୁବର୍ଗର ନାଗରିକ ମାନଙ୍କପାଇଁ ଉତମ ଏବଂ ତ୍ୱରିତ ସେବା ଯୋଗାଣକୁ ଗୁରୁତ୍ୱ ଦେଇଛନ୍ତି ନୂଆ କମିଶନର ।
ପ୍ରକି୍ରୟାଗତ ସରଳତା ଆପଣେଇ କିପରି ସେବା ପ୍ରଦାନକୁ ନାଗରିକ ଅଭିମୁଖି କରିହେବ ଓ ସେବାର ମାନକୁ ବଢ଼ାଇ ହେବ ଏବଂ ଏଥିପାଇଁ କ’ଣ କରାଯାଇପାରେ , ସେଦିଗରେ କେଉଁ ପଦକ୍ଷେପ ନିଆଯିବ ସମସ୍ତ କର୍ମଚାରୀଙ୍କ ସହିତ ଏ ବିଷୟରେ ଆଲୋଚନା କରି କମିଶନର ପରାମର୍ଶ ଚାହିଁଛନ୍ତି ।

ନାଗରିକଙ୍କୁ ସେବା ପ୍ରଦାନରେ ଉନ୍ନତି ଆଣିବାଲାଗି ସବୁ ସ୍ତରର କର୍ମୀ ଉପାୟ ବତାଇ ପାରିବେ, ଏହା ସ୍ୱାଗତ ଯୋଗ୍ୟ ବୋଲି ସେ କହିଛନ୍ତି । ଆମ ସେବା ପ୍ରଦାନକୁ ସଫଳ କରିବାର ‘ମଂତ୍ର’ ସ୍ୱରୁପ ବିଏମ୍ସି କୁ ଆସୁଥିବା କୌଣସି ବି ନାଗରିକଙ୍କ କଥାକୁ ଧୈର୍ଯ୍ୟ ସହକାରେ ଶୁଣିବାର ପ୍ରୟାସ ଏବଂ ଲୋକଙ୍କ ଅସୁବିଧାକୁ ବୁଝିବାର ଆଚରଣକୁ ଲୋକେ ଅନୁଭବ କରନ୍ତୁ । ଫଳରେ ସେବା ପ୍ରଦାନ ଆହୁରି ସରଳ ଓ ସଅଳ ହୋଇପାରିବ ବୋଲି ସେ ବୈଠକରେ କର୍ମଚାରୀ ମାନଙ୍କ ସହିତ ଆଲୋଚନା କରିଛନ୍ତି । ଆମ ପାଖକୁ ଅନେକ ପ୍ରକାରର ନାଗରିକ ଆସିବେ, ଅତି ଗରିବରୁ ଧନୀ ବର୍ଗ ପର୍ଯ୍ୟନ୍ତ; ତେଣୁ ସେମାନଙ୍କୁ ଉତମ ଆଚରଣ ପୋଷଣ ସ୍ୱରୁପ ସେମାନଙ୍କ ଅସୁବିଧାକୁ ଶୁଣିବାରେ ସେମାନଙ୍କ କଷ୍ଟ ଅଧା କମିଯିବ । ନାଗରିକଙ୍କୁ ଉତମ ଆଚରଣ ଦେଖାଇବାକୁ ହେବ ବୋଲି ସେ ଜୋର୍ ଦେଇ କହିଛନ୍ତି ।

ବିଏମ୍ସି ସଭାଗୃହରେ ସମସ୍ତ କର୍ମଚାରୀଙ୍କ ସହିତ ପରିଚୟ ଏବଂ ଆଲୋଚନା ପରେ ନୂଆ କମିଶନର ସଂସ୍ଥାର ବିବିଧ ବିଭାଗ ଯଥା-ସାନିଟେସନ୍, ସିଟି ହେଲ୍ଥ,ଫାଇନାନ୍ସ, ଟାକ୍ସେସନ୍, ରେଭେନ୍୍ୟୁ, ଇଂଜିନିୟରିଂ, ଡ୍ରେନେଜ୍, ୱେଲ୍ଫେୟାର୍, ପ୍ଲାନିଂ, ହାଉସିଂ, ଏଷ୍ଟାବ୍ଲିସ୍ମେଂଟ୍ ଏବଂ ଏର୍ମଜନ୍ସି ପଦାଧିକାରୀଙ୍କ ସହିତ ବିଭାଗ ଗୁହିକର ପ୍ରଗତି ବାବଦରେ ଆଲୋଚନା କରିଥିଲେ ।

Share

Leave a Reply

Your email address will not be published. Required fields are marked *

3 + 19 =