ମୋଦୀଙ୍କ ସମୀକ୍ଷା ବୈଠକରେ ମମତାଙ୍କ ୩୦ ମିନିଟ୍‌ ବିଳମ୍ବ

କୋଲକାତା: ପଶ୍ଚିମବଙ୍ଗରେ ବାତ୍ୟା ୟାସ୍‌ରେ ଘଟିଥିବା କ୍ଷୟକ୍ଷତି ଉପରେ ସମୀକ୍ଷା କରିଛନ୍ତିି ପ୍ରଧାନମନ୍ତ୍ରୀ ।ତେବେ ଏହି ବୈଠକକୁ ମମତା ବାନାର୍ଜୀ ୩୦ ମିନିଟ୍‌ ବିଳମ୍ବରେ ପହଞ୍ଚିଥିଲେ।ତେବେ କେବଳ ମୁଖ୍ୟମନ୍ତ୍ରୀ ନୁହେଁ ରାଜ୍ୟର ମୁଖ୍ୟ ସଚିବ ମଧ୍ୟ ବିଳମ୍ବରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାତ୍ୟାରେ ରାଜ୍ୟରେ ଘଟିଥିବା କ୍ଷୟକ୍ଷତି ସଂପର୍କିତ ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କ ହାତରେ ଧରାଇ ଦେଇ ବୈଠକରୁ ଉଠି ଚାଲି ଯାଇଥିଲେ। 

ତେବେ ଏହାକୁ ନେଇ ମମତା ବାନାର୍ଜୀ ନିଜ ପ୍ରତିକ୍ରିିୟାରେ କହିଛନ୍ତି, ଦିଘାରେ ମୋର ଆଉ ଏକ ମିଟିଂ ଥିଲା । ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରିପୋର୍ଟ ଦାଖଲ କରି ୨୦,୦୦୦ କୋଟି ଟଙ୍କାର ସହାୟତା ଦାବି କରିଛି ।  ଦିଘାର ବିକାଶ ପାଇଁ ୧୦,୦୦୦ କୋଟି ଏବଂ ସୁନ୍ଦରବନ୍ ବିକାଶ ପାଇଁ ୧୦,୦୦୦ କୋଟି ଟଙ୍କା ଦାବି କରିଛି । ମୁଁ ମୋଦୀଙ୍କୁ କହିଥିଲି ଯେ ରାଜ୍ୟ ଅଧିକାରୀମାନେ ମୋତେ ଭେଟିବାକୁ ଚାହୁଁଛନ୍ତି। ଏହା ପରେ ମୁଁ ତାଙ୍କଠାରୁ ଅନୁମତି ନେଇ ଚାଲିଆସିଥିଲି । ‘ତେବେ କୁହାଯାଉଛି, ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ସମୀକ୍ଷା ବୈଠକରେ ସାମିଲ ହେଉଥିବା ଜାଣିବା ପରେ ଅସନ୍ତୋଷ ହୋଇଯାଇଥିଲେ ମମତା । ଏପରିକି ବୈଠକକୁ ଆସିବେନି ବୋଲି ପୂର୍ବରୁ ଜଣାଇ ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

fourteen + 19 =