ସ୍ୱେଚ୍ଛାସେବୀଙ୍କ ବିରୋଧରେ ୧୦୦ କୋଟିର ମାନହାନି ମୋକଦ୍ଧମା ରୁଜୁ

ପୁଣେ()  ଜଣେ ସ୍ୱେଚ୍ଛାସେବୀଙ୍କ ବିରୋଧରେ ୧୦୦ କୋଟି ଟଙ୍କାର ମାନହାନି ମୋକଦ୍ଧମା ରୁଜୁ କରିଛି ସେରମ ଇନଷ୍ଟିଚ୍ୟୁଟ । ସ୍ୱେଚ୍ଛାସେବୀ ଜଣକ ତୃତୀୟ ପର୍ଯ୍ୟାୟ ଟିକା ପରୀକ୍ଷଣରେ ଅଂଶଗ୍ରହଣ କରିଥିଲେ । କରୋନା ଟିକା କୋଭିସିଲ୍ଡର ପରୀକ୍ଷଣ ସମୟରେ ଏହି ସ୍ୱେଚ୍ଛାସେବୀ ଜଣକ ଅସୁସ୍ଥ ହୋଇଥିବାର ଅଭିଯୋଗ କରିଥିଲେ । ଟିକା କାରଣରୁ ତାଙ୍କ ଠାରେ ଗଭୀର ସ୍ନାୟବିକ ସମସ୍ୟା ଦେଖାଦେଇଥିବା ନେଇ ଏହି ସ୍ୱେଚ୍ଛାସେବୀ ଜଣକ ଅଭିଯୋଗ କରିଥିଲେ । ଏହାକୁ ନେଇ ସ୍ୱେଚ୍ଛାସେବୀ ଜଣକ ସେରମ ଇନଷ୍ଟିଚ୍ୟୁଟ ବିରୋଧରେ ୫ କୋଟିର କ୍ଷତିପୂରଣ ମାମଲା ରୁଜୁ କରିଥିଲେ ।

ସ୍ୱେଚ୍ଛାସେବୀ ଜଣକ କ୍ଷତିପୂରଣ ଦାବି କରିବା ପରେ ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ଏକ ମାନହାନି ମୋକଦ୍ଧମା ଦାୟର କରାଯାଇଥିଲା । ସ୍ୱେଚ୍ଛାସେବୀ ଜଣଙ୍କ କମ୍ପାନୀର ଛବିକୁ ମଳିନ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରି ଏହି ମାମଲା ରୁଜୁ କରାଯାଇଛି । ବ୍ୟକ୍ତି ଜଣକ ନିଜ ସ୍ୱାସ୍ଥ୍ୟାବସ୍ଥା ଜନିତ ସମସ୍ୟାକୁ କରୋନା ଟିକା ଉପରେ ଲଦିବାକୁ ଚାହୁଁଛି ବୋଲି ସେରମ ଇନଷ୍ଟିଚ୍ୟୁଟ ସିଇଓ ଆଦର ପୁନାୱାଲା ପ୍ରକାଶ କରିଛନ୍ତି । ଟିକା ସମ୍ପର୍କରେ ସ୍ୱେଚ୍ଛାସେବୀଙ୍କୁ ସମ୍ପୂର୍ଣ୍ଣ ଦିଆଯାଇଥିଲା । ମାତ୍ର ନିଜର ଅସୁସ୍ଥତାକୁ ଲୁଚାଇ ବ୍ୟକ୍ତି ଜଣକ ପରୀକ୍ଷଣରେ ଭାଗ ନେଇଥିଲେ । ଚେନ୍ନାଇର ଏହି ୪୦ ବର୍ଷୀୟ ବ୍ୟକ୍ତି ଜଣକ ଶ୍ରୀ ରାମଚନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ ହାୟର ଏଜୁକେସନ ଆଣ୍ଡ ରିସର୍ଚ୍ଚରେ ଟିକା ନେଇଥିଲେ ।

Share

Leave a Reply

Your email address will not be published. Required fields are marked *

four + nine =