କୋଇଲା ଟ୍ରକରୁ ଗଞ୍ଜେଇ ଜବତ

ମାଲକାନଗିରି: ଗଞ୍ଜେଇ ଚୋରା ଚାଲାଣରୁ ନୂଆ ଫଣ୍ଡା । ମାଲକାନଗିରି ଓର୍କେଲ ପୋଲିସକୁ ମିଳିଛି ସଫଳତା । ଓର୍କେଲ ପୋଲିସର ରାତ୍ରିକାଳୀନ ପାଟ୍ରୋଲିଂ ସମୟରେ ଛତିଶଗଡ଼ ନମ୍ବର ଥିବା ୧୬ ଚକିଆ କୋଇଲା ବୋଝେଇ ଟ୍ରକରୁ ୯୪ ପକେଟ ଗଂଜେଇ ବସ୍ତାକୁ ଜବତ କରିବା ସହ ଟ୍ରକରେ ଥିବା ୩ ଜଣକୁ ଗିରଫ କରିଛି ପୋଲିସ । ଉକ୍ତ ୯୪ ବସ୍ତା ଗଂଜେଇ ୨ ଟନ ୫୬ କେଜି ହୋଇଥିବା ବେଳେ ତାହାର ଆନୁମାନିକ ମୂଲ୍ୟ ପ୍ରାୟ ୨ କୋଟି ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଚିତ୍ରକୋଣ୍ଡା ଏସଡିପିଓ ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

2 × three =