ରାଜ୍ୟ ସରକାର ବଢ଼ାଇଲେ ମହଙ୍ଗା ଭତ୍ତା: ଜୁଲାଇରୁ ପିଛଲା ଭାବେ ଲାଗୁ ହେବ

ଜୁଲାଇ 21ରୁ ମହଙ୍ଗା ଭତ୍ତା ରେ 11%ବୃଦ୍ଧି ।

ଆକ୍ଟୋବର ଦରମା ରେ ବର୍ଦ୍ଧିତ ଭତ୍ତା ମିଳିବ ।

ଭୁବନେଶ୍ୱର: ପୂଜା ପୂର୍ବରୁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନ୍ ଭୋଗୀଙ୍କ ପାଇଁ 11%ମହଙ୍ଗା ଭତ୍ତା ଓ dearness relief ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ଦ୍ଵାରା ରାଜ୍ୟର ଚାରି ଲକ୍ଷ କର୍ମଚାରୀ ଓ ସାଢେ ତିନି ଲକ୍ଷ ପେନସନ୍ ଭୋଗୀ ଉପକାର ପାଇବେ । ଏହା ଫଳରେ ବର୍ତ୍ତମାନ ମହଙ୍ଗା ଭତ୍ତା 17%ରୁ ବଢ଼ି ,28%ରେ ପହଞ୍ଚିଲା ।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ 1/7/2021 ରୁ ପିଛିଲା ଭାବରେ 11%ମହଙ୍ଗା ଭତ୍ତା ଲାଗୁ ହେବ ଓ ଏହା ଅକ୍ଟୋବରରୁ ମିଳିବ । ବକେୟା ତିନି ମାସର ବର୍ଦ୍ଧିତ ଭତ୍ତା ମଧ୍ୟ ନଗଦ ଆକାରରେ ମିଳିବ ।

Share

Leave a Reply

Your email address will not be published. Required fields are marked *

one × five =