ଦୂତୀଙ୍କ ନୂଆ ବିଏମଡବ୍ଲୁ୍ୟ

ଦୌଡରାଣୀ ଦୂତୀ ଚାନ୍ଦଙ୍କ ସ୍ୱପ୍ନ ସାକାର ହୋଇଛି । ବିଳାସପୂର୍ଣ୍ଣ ବିଏମଡବ୍ଲୁ କାର୍ କିଣିଛନ୍ତି ଦୂତୀ । ଏହି ଅବସରରେ ସେ କହିଛନ୍ତି ଯେ, ପିଲାଦିନୁ ବିଏମଡବ୍ଲୁ କିଣିବା ପାଇଁ ଦେଖିଥିବା ସ୍ୱପ୍ନ ସତ ହୋଇଛି । ପିଲାଟି ଦିନରୁ ସେ ନିଜ ପାଇଁ ଏକ ବିଏମଡବ୍ଲୁ ଓ ମା, ବାପାଙ୍କ ପାଇଁ ଏକ ଘର କରିବାର ସ୍ୱପ୍ନ ଦେଖିଥିଲେ ଯାହା ସାକାର ହୋଇଛି ବୋଲି ସେ ନିଜ ସୋସିଆଲ ମିଡିଆ ଆକାଉଂଟରେ ଲେଖିଛନ୍ତି । ଏସିଆନ ଖେଳର ଉଭୟ ଶହେ ମିଟର ଏବଂ ୨ଶହ ମିଟରରେ ଦେଶ ପାଇଁ ରୂପା ଆଣିଛନ୍ତି ଦୂତି ।
ତେବେ ପୂର୍ବରୁ ଅନେକ ପୁରସ୍କାର ସେ ପାଇଛନ୍ତି । ପୂର୍ବରୁ ତାଙ୍କର ଏକ ନାନୋ ଗାଡି ରହିଥିଲା । ହେଲେ ଦୂତି ଏପରି ଏକ ଦାମୀକିୟା ଗାଡି କିଣିବା ପରେ ସାରା ରାଜ୍ୟରେ ଚର୍ଚ୍ଚା ଲାଗିରହିଛି । ଯାଜପୁର ଜିଲ୍ଲା ଗୋପାଳପୁର ଗ୍ରାମରେ ତାଙ୍କର ଏକ ଛୋଟ ଘର ରହିଛି । ହେଲେ ସେ ଅଲମ୍ପିକ ଜିତିବାପରେ ରାଜ୍ୟ ସରକାର ତାଙ୍କୁ ପୁରସ୍କାର ଭାବରେ କୋଟିଏରୁ ଅଧିକ ଟଙ୍କା ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

9 − 3 =