ଓଡିଶା ହାଇକୋର୍ଟର ଦୁଇ ନୂଆ ବିଚାରପତିଙ୍କ ଶପଥ

କଟକ- ଓଡିଶା ହାଇକୋର୍ଟର ବିଚାରପତି ଭାବେ ଆଜି ଜଷ୍ଟିସ ଯଶୋବନ୍ତ ସିଂହ ଓ ଜଷ୍ଟିସ ଅରିନ୍ଦମ ସିହ୍ନା ଶପଥ ଗ୍ରହଣ କରିଛନ୍ତି । ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧରନ ଦୁଇ ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି । ଏଥିସହ ଓଡିଶା ହାଇକୋର୍ଟରେ ମୋଟ ବିଚାରପତିଙ୍କ ସଂଖ୍ୟା ୧୪ରେ ପହଂଚିଛି । ଆହୁରି ୧୩ ବିଚାରପତି ପଦବୀ ଖାଲି ଅଛି । ଜଷ୍ଟିସ ଯଶୋବନ୍ତ ସିଂହ ପଂଜାବ ଓ ହରିୟାଣା ହାଇକୋର୍ଟରୁ ବଦଳି ହୋଇ ଆସିଥିବା ବେଳେ ଜଷ୍ଟିସ ଅରିନ୍ଦମ ସିହ୍ନା କୋଲକାତା ହାଇକୋର୍ଟରୁ ଆସିଛନ୍ତି ।

Share

Leave a Reply

Your email address will not be published. Required fields are marked *

twelve − six =