କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ନବୀନ ଚିଠି ଲେଖିଛନ୍ତି । ଓଡ଼ିଶାକୁ ସାର ଯୋଗାଣ ନେଇ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଥିବା ଜଣାପଡିଛି । ମେ’, ଜୁନ ଓ ଜୁଲାଇ ମାସରେ ସାର ଯୋଗାଣ କମ୍ ହୋଇଛି । ଏଥିପାଇଁ ରାଜ୍ୟକୁ ତୁରନ୍ତ ସାର ଯୋଗାଇବାକୁ କେନ୍ଦ୍ରକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ତେବେ ଖରିଫ ଋତୁ ସମୟରେ ମାତ୍ର ୧,୪୫,୧୪୫ ମେଟ୍ରିକ ଟନ୍ ସାର ମିଳିଛି । ଆବଶ୍ୟକ ଚାହିଦାର ମାତ୍ର ୬୨% ୟୁରିଆ କେନ୍ଦ୍ର ଦେଇଛି । ଅନ୍ୟ ସାର ମାତ୍ର ୬୦ରୁ ୭୪% ମିଳିଥିବା ଚିଠିଲେ ଉଲ୍ଲେଖ ରହିଛି । ବାତ୍ୟା ୟସ୍ ପାଇଁ ରାଜ୍ୟର ଚାଷୀ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି । ଉତ୍ପାଦନ ବଢ଼ାଇବା ପାଇଁ ଚାଷୀଙ୍କୁ ସାରର ଆବଶ୍ୟକ ରହିଛି ।

କମ୍ ସାର ଯୋଗାଣ ଚାଷ ଓ ଚାଷୀଙ୍କୁ ପ୍ରତିକୂଳ ପ୍ରଭାବ ପକାଉଛି ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି । ମେ, ଜୁନ୍ ଏବଂ ଜୁଲାଇ ମାସରେ ବିଭିନ୍ନ କିସମର ସାର ଯୋଗାଣରେ ନିଅଣ୍ଟ ଦେଖାଦେଇଛି। ଆବଣ୍ଟନ ଅନୁସାରେ, ୨,୩୧,୫୩୦ ମେଟ୍ରିକ୍ ଟନ୍ ପାଇବାକୁ ଥିବାବେଳେ ଏଥର ଖରିଫଋତୁରେ ଏଯାବତ୍ ରାଜ୍ୟ ମାତ୍ର ୧,୪୫,୧୪୫ ମେଟ୍ରିକ୍ ଟନ୍ ୟୁରିଆ ପାଇଛି। ଏହା ବ୍ୟତିରେକେ, ୨,୧୦,୦୦୦ ମେଟ୍ରିକ୍ ଟନ୍ ୟୁରିଆ ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ଦେଇଥିବା ଯୋଗାଣ ପ୍ରସ୍ତାବରେ ମଧ୍ୟ ଓଡ଼ିଶା ସହମତି ପ୍ରକାଶ କରିଥିଲା। ସେହିପରି, ଆବଣ୍ଟନ ଅନୁସାରେ, ୧,୫୨,୦୦୦ ମେଟ୍ରିକ୍ ଟନ୍ ଡିଏପି ପାଇବାକୁ ଥିବାବେଳେ ଏଯାବତ୍ ରାଜ୍ୟ ମାତ୍ର ୯୭,୭୬୩ ମେଟ୍ରିକ୍ ଟନ୍ ଡିଏପି ପାଇଛି। ଏଥିରେ ମଧ୍ୟ ୧,୪୫,୦୦୦ ମେଟ୍ରିକ୍ ଟନ୍ ଡିଏପି ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ଦେଇଥିବା ଯୋଗାଣ ପ୍ରସ୍ତାବରେ ମଧ୍ୟ ଓଡ଼ିଶା ସହମତି ପ୍ରକାଶ କରିଥିଲା।

Share

Leave a Reply

Your email address will not be published. Required fields are marked *

thirteen + two =