ସମ୍ଭାବ୍ୟ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଖରାଛୁଟି ଘଞ୍ଚିଲା

ଭୁବନେଶ୍ବର () ଓଡିଶାକୁ ଆଗୁଆ ମୌସୁମୀ ଛୁଇଁଲା, କିନ୍ତୁ ବର୍ଷା ନାହିଁ  । ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ  । ଅଧାରୁ ଅଧିକ ଜିଲ୍ଲାରେ ତାପମାତ୍ରା 40 ଡିଗ୍ରୀ ଉପରେ ରହୁଛି  । ଅସ୍ତବ୍ୟସ୍ତ ହେଲାଣି ଜୀବନ ଯାତ୍ରା  । ଏହାକୁ ଦୃଷ୍ଟିରେ ରଖି ସ୍କୁଲରେ ଖରା ଛୁଟିକୁ ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି  । ପୂର୍ବରୁ ଜୁନ 18 ତାରିଖ ପର୍ଯ୍ୟନ୍ତ ଖରାଛୁଟି ଘୋଷଣା ହୋଇଥିଲା  । ଗ୍ରୀଷ୍ମ ପ୍ରବାହ ଯୋଗୁଁ ଖରାଛୁଟିକୁ 21 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା  । ଆଜି ଅନୁଷ୍ଠିତ ରାଜ୍ୟସ୍ତରୀୟ ବିପର୍ଯ୍ୟୟ ପରିଚାଳନା ବୈଠକରେ ଖରାଛୁଟିକୁ 25 ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି  ।

ଗ୍ରୀଷ୍ମ ପ୍ରବାହ ଯୋଗୁଁ ଲାଗି ରହିଥିବା ଶୁଷ୍କ ବାତାବରଣର ମୁକାବିଲା ପାଇଁ ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ସହାୟତାରେ ଏକ କଣ୍ଟେଜେନସି ପ୍ଲାନ ପ୍ରସ୍ତୁତ କରିବାକୁ କୃଷି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି  । ବିଗତ ଦିଗରେ ଓଡିଶା ଅନେକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଏବଂ ଏହାର ସଫଳ ମୁକାବିଲା କରିଛି  । ଏବର୍ଷ ମଧ୍ୟ ମୌସୁସୀ ସକ୍ରିୟ ହେବାକୁ ବିଳମ୍ବ ହୋଇଥିଲେ ମଧ୍ୟ ଆଗକୁ ବର୍ଷାଦିନେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାର ମୁକାବିଲା ପାଇଁ ଜିଲ୍ଲା ସ୍ତରରେ ଆବଶ୍ୟକ ପ୍ରସ୍ତୁତି କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଜିଲ୍ଲା ସ୍ତରରେ ଆଗୁଆ ସତର୍କ ସୂଚନା ଜାରି ବ୍ୟବସ୍ଥା ସହ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ କୁହାଯାଇଛି  । ସେହିପରି ପାନୀୟ ଜଳ, ଗୋଖାଦ୍ୟ ଏବଂ ଅତ୍ୟାବଶ୍ୟକ ସ୍ବାସ୍ଥ୍ୟ ସେବାକୁ ମଧ୍ୟ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ  ଦିଆଯାଇଛି  । ବିପର୍ଯ୍ୟୟ ତ୍ବରିତ କାର୍ଯ୍ୟାନୁଷ୍ଠାନ ଫୋର୍ସ ଏବଂ ଅଗ୍ନିଶମ ବିଭାଗକୁ ମଧ୍ୟ ସଜାଗ ରଖିବା ସହ ଜିଲ୍ଲା ସ୍ତରରେ ଜରୁରୀକାଳୀନ କେନ୍ଦ୍ରକୁ 24 ଘଣ୍ଟା କାର୍ଯ୍ୟକ୍ଷମ ରଖିବାକୁ ଆଲର୍ଟ କରାଯାଇଛି  । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମହିଳା, ଶିଶୁ, ଗର୍ଭବତୀ, ଶାରିରୀକ ଭିନ୍ନକ୍ଷମ ଓ ବୟଷ୍କ ବ୍ୟକ୍ତିଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି  ।

ସେପଟେ ରାଜ୍ୟ ସରକାର ଖରାଛୁଟି ଘୁଞ୍ଚାଇଥିଲେ ବି କେନ୍ଦ୍ରୀୟ ବିଦ୍ୟାଳୟ ଏହାକୁ ମାନନଥିବା ନେଇ ଉଦବେଗ ପ୍ରକାଶ କରିଥିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର  । ଏଥିସହିତ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଜଳାଶ୍ରୟଗୁଡିକର ପୁନରୁଦ୍ଧାର ନେଇ ବାରମ୍ବାର ବିପର୍ଯ୍ୟୟ ପରିଚାଳନା ବୈଠକରେ ଉଦବେଗ ପ୍ରକାଶ କରାଯାଉଥିଲେ ବି  ତାହା କାର୍ଯ୍ୟକାରୀ ହେଉନି ବୋଲି ସେ କହିଥିଲେ  । ବିପର୍ଯ୍ୟୟ ପରିଚାଳନା ବୈଠକ ଏକ ଚାରିଚରିତ ପ୍ରଥାରେ ପରିଣତ ହେଲାଣି  ।

Share

Leave a Reply

Your email address will not be published. Required fields are marked *

fifteen − two =