କାହିଁକି ନିର୍ଭୟା ଦୁଷ୍କର୍ମକାରୀଙ୍କ ଶେଷ ଇଚ୍ଛା ଶୁଣିବେନି ସରକାର ଜାଣନ୍ତୁ

ଭୁବନେଶ୍ୱର() ଚଳିତ ମାସ ୨୨ ତାରିଖରେ ତିହାର ଜେଲର ଫାଶୀ ଖୁଂଟରେ ଝୁଲିିବେ ଦିଲ୍ଲୀର ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡର ୪ ଦୋଷୀ । ତେବେ କୌଣସି କଏଦୀକୁ ଫାଶୀ ଦେବା ପୂର୍ବରୁ ସାଧାରଣତଃ ତାର ଶେଷ ଇଚ୍ଛା କଣ ବୋଲି ପଚରାଯାଇଥାଏ । ହେଲେ ନିର୍ଭୟା ମାମଲାରେ କିନ୍ତୁ ଅପରାଧୀଙ୍କୁ ସେମାନଙ୍କର ଶେଷ ଇଚ୍ଛା ସଂପର୍କରେ ପଚରା ଯିବ ନାହିଁ । କେବଳ ନିର୍ଭୟା ହତ୍ୟାକାରୀଙ୍କୁ ନୁହେଁ ଦେଶ ସ୍ୱାଧୀନ ହେବା ପରଠୁ ଏଯାବତ୍ ଯେତେ ଜଣଙ୍କୁ ବି ଫାଶୀ ଖୁଂଟରେ ଝୁଲାଯାଇଛି ସେମାନଙ୍କୁ ସେମାନଙ୍କର ଶେଷ ଇଚ୍ଛା ପଚରାଯାଇ ନାହିଁ ।

ଫାଶୀ ଅଭିଯୁକ୍ତଙ୍କୁ ସେମାନଙ୍କର ଶେଷ ଇଚ୍ଛା ପଚରାଯିବାର ପରମ୍ପରା କେବଳ ସିନେମାରେ ହିଁ ଦେଖାଯାଇଥାଏ । ଅସଲରେ କିନ୍ତୁ ଏହା ହୋଇନଥାଏ । ବହୁ ଚର୍ଚ୍ଚିତ ମୁମ୍ବାଇ ଆକ୍ରମଣର ଆତଙ୍କୀ ମହମ୍ମଦ ଅଜବଲ କଶାବ ଏବଂ ସଂସଦ ଆକ୍ରମଣର ମାଷ୍ଟରମାଇଣ୍ଡ ଅଫଜଲ ଗୁରୁ ସହିତ ଏପ୍ରକାରର କୌଣସି ବି ପ୍ରକ୍ରିୟା କରାଯାଇନଥିଲା । ଏପରିକି ଜେଲ ମାନୁଆଲରେ ବି ଏସଂପର୍କରେ କୌଣସି ବିବରଣୀ ମଧ୍ୟ ଉଲ୍ଲେଖ କରାଯାଇନାହିଁ । ତେବେ ଜାଣିବାର କଥା ହେଲା କି, ଆଇନ ଅନୁସାରେ ଫାଶୀ ଦେବା ସମୟରେ ଶେଷ ଇଚ୍ଛା ପଚରା ଯିବାର କୌଣସି ନିୟମ ହିଁ ନାହିଁ ।

ଅଜୟ କଶ୍ୟପଙ୍କ ସୂଚନା ମୁତାବକ, ଫାଶୀ ଦେବା ଏକ ନ୍ୟାୟିକ ନିର୍ଦ୍ଦେଶ । ଯାହାକୁ କୌଣସି ବି ପରିସ୍ଥିତିରେ ଧାର୍ୟ୍ୟ ସମୟରେ କାର୍ୟ୍ୟକାରୀ କରାଯାଇଥାଏ । କାହିଁକି ନା ଯଦି କୌଣସି ଅପରାଧୀ ଫାଶୀ ସମୟରେ ନିଜ ଶେଷ ଇଚ୍ଛାରେ ଫାଶୀ ନଦେବାକୁ ଇଚ୍ଛାବ୍ୟକ୍ତ କରେ ତେବେ ଏଭଳି ପରିସ୍ଥିତିରେ କଣ କରାଯିବ ।

ତେବେ କଏଦୀର ଉଚ୍ଚତା ଏବଂ ଓଜନକୁ ଦେଖି ସଜଡା ହୋଇଥାଏ ଫାଶୀ ଖୁଂଟ । ଫାଶୀ ପାଇବା ଦିନ ବଡି ଭୋରରୁ ଦୋଷୀଙ୍କୁ ଉଠାଇ ଦିଆଯିବା ସହ ସେମାନଙ୍କୁ ପେଟପୂରା ଖାଇବାକୁ ଦିଆଯାଇଥାଏ । ଏହାପରେ ଅପରାଧୀକୁ ଧଳା ପାଇଜାମା ବଦଳରେ କଳା ପୋଷାକ ପିନ୍ଧାଇ ଦିଅନ୍ତି ଜେଲ କର୍ମଚାରୀ । ସେହିଭଳି ଫାଶୀ ଦେବା ପୂର୍ବରୁ ଦୋଷୀର ହାତ ସହ ଗୋଡ ବି ବାନ୍ଧି ଦିଆଯାଏ । ମୁହଁରେ କଳାପଟି ବାନ୍ଧିବା ପରେ ଅପରାଧୀଙ୍କୁ ଫାଶୀ ଖୁଂଟରେ ଝୁଲାଇଦିଆଯାଏ ।

Share

Leave a Reply

Your email address will not be published. Required fields are marked *

3 × one =