ସରକାରୀ ଜମିକୁ ଜଗିବ ସାଟେଲାଇଟ

ଭୁବନେଶ୍ବର()  ଏଣିକି ଭୁବନେଶ୍ବରର ସବୁ ସରକାରୀ ଜମି ଉପରେ ନଜର ରଖିବ ସାଟେଲାଇଟ । ଏଥିପାଇଁ ଆଜିଠୁ ଆରମ୍ଭ ହୋଇଛି ବ୍ଲୁଇସ ସେବା ବା ଭୁବନେଶ୍ବର ଲ୍ୟାଣ୍ଡ ୟୁଜ ଇଣ୍ଟେଲିଜେନ୍ସ ସିଷ୍ଟମ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେବାର ଶୁଭାରମ୍ଭ କରିଛନ୍ତି । ଏହି ସେବାରେ ରାଜଧାନୀର ସବୁ ସରକାରୀ ଜମିକୁ ଜିଓ-ଟ୍ୟାଗ କରାଯାଇଛି । କୌଣସି ସ୍ଥାନରେ ସରକାରୀ ଜମିରେ ବେଆଇନ ନିର୍ମାଣ ହୋଇଥିଲେ ଧରାପଡିଯିବ । ସାଧାରଣ ଲୋକେ ମଧ୍ୟ ବ୍ଲୁଇସ ମୋବାଇଲ ଆପର ବ୍ୟବହାର କରି ସରକାରଙ୍କୁ ଜଣାଇପାରିବେ ।

ବ୍ଲୁଇସ ସେବା ସହ ମୁଖ୍ୟମନ୍ତ୍ରୀ ୮ଟି ବୈଷୟିକ ସମାଧାନ ସୂତ୍ର ଆରମ୍ଭ କରିଛନ୍ତି । ୫ଟି ଅଧିନରେ ଏହିସବୁ ସେବା ଆରମ୍ଭ ହୋଇଛି । ସର୍ବସାଧାରଣଙ୍କୁ ଯୋଗାଇଦିଆଯାଉଥିବା ସେବାକୁ ଅନଲାଇନରେ ଯୋଗାଇଦିଆଯିବ । ଏଥିପାଇଁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଥିଲା ସମୟ ସୀମା । କିନ୍ତୁ କୋଭିଡ ସଂକ୍ରମଣ ଯୋଗୁଁ ଏହି ସମୟ ସୀମାକୁ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହିସମୟ ମଧ୍ୟରେ ସବୁ ବିଭାଗର ସମସ୍ତ ସେବା ଅନଲାଇନରେ ଉପଲବ୍ଧ ହେବ ।

ଓଡିଶା ଦେଶର ପ୍ରଥମ ରାଜ୍ୟ ଭାବେ ୧୦୫ଟି ସରକାରୀ ସେବାକୁ ଅନଲାଇନରେ ଉପଲବ୍ଧ କରାଇଛି । ଲୋକସେବା ଭବନ, ରାଜୀବ ଭବନ ଖାରବେଳ ଭବନକୁ ସାଧାରଣ ଲୋକଙ୍କ ପ୍ରବେଶ ପାଇଁ ଇ-ପ୍ରବେଶ ମୋବାଇଲ ଆପ ଆରମ୍ଭ ହୋଇଛି । ଅନ୍ୟ ରାଜ୍ୟରେ ଥିବା ଓଡିଶା ଭବନରେ ରୁମ ବୁକ କରିବାକୁ ଆରମ୍ଭ ହୋଇଛି ଇ-ଭବନ ଅନଲାଇନ ସେବା । ଭୁବନେଶ୍ବରରେ ଥିବା ରାଜ୍ୟ ଅତିଥି ଭବନରେ ରୁମ ବୁକ କରିବାକୁ ଆରମ୍ଭ ହୋଇଛି ଇ-ଅତିଥି ସେବା ।

ସରକାରୀ କର୍ମଚାରୀଙ୍କ ଛୁଟି, ଋଣ କିମ୍ବା ଅଗ୍ରୀମ ପାଇଁ ଉଦଘାଟିତ ହୋଇଛି HRMS 2.0 ଅନଲାଇନ ସେବା । ଛୁଟି ଏବଂ ମାସିକ ସାଲାରି ସ୍ଲିପ ପାଇଁ HRMS ଅନଲାଇନ ଓ ମୋବାଇଲ ଆପ ମଧ୍ୟ ଉଦଘାଟିତ ହୋଇଛି । କୋର୍ଟ କଚେରୀରେ ଥିବା ସରକାରୀ ମାଲିମକଦମାର ସୁପରିଚାଳନା ପାଇଁ ଆରମ୍ଭ ହୋଇଛି LMS 2.0 । ସାଧାରଣ ଲୋକଙ୍କ ଅଭିଯୋଗ ଶୁଣାଣୀ ସହ ସବୁ ପ୍ରକାର ସେବାକୁ ଗୋଟିଏ ଡ୍ୟାସବୋର୍ଡରେ ଉପଲବ୍ଧ କରିବାକୁ ଆରମ୍ଭ ହୋଇଛି ORTPSA ସେବା ।

Share

Leave a Reply

Your email address will not be published. Required fields are marked *

1 × three =