ଟିପିଡବ୍ଲ୍ୟୁଓଡିଏଲ୍ ଦ୍ୱାରା ରାଉରକେଲା ସହରରେ ଭ୍ରାମ୍ୟମାଣ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଶୁଭାରମ୍ଭ
ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନୀ ଟିପିଡବ୍ଲ୍ୟୁଓଡିଏଲ୍ ପକ୍ଷରୁ ରାଉରକେଲା ସହରବାସୀଙ୍କ ପାଇଁ ସ୍ଥିର ଏବଂ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦିଆଯିବା ଲାଗି 500 କିଲୋଭୋଲ୍ଟ-ଆମ୍ପିୟର କ୍ଷମତା ବିଶିଷ୍ଟ ଏକ ଅତ୍ୟାଧୁନିକ ଭ୍ରାମ୍ୟମାଣ ବିଦ୍ୟୁତ୍ ଟ୍ରାନ୍ସଫର୍ମର (DTR)ର ଶୁଭାରମ୍ଭ କରାଯାଇଅଛି । ପ୍ରଥମଥର ପାଇଁ ରାଉରକେଲା ସହରରେ ଏହିପରି ଏକ ଭ୍ରାମ୍ୟମାଣ ଟ୍ରାନ୍ସଫର୍ମରର ବ୍ୟବସ୍ଥା କରାଯାଇଅଛି । ଯାହା ବିଦ୍ୟୁତ୍ ଟ୍ରାନ୍ସଫର୍ମର ମରାମତି, ପରିବର୍ତ୍ତନ କିମ୍ବା ନୂତନ ଟ୍ରାନ୍ସଫର୍ମର ସ୍ଥାପନ ପ୍ରକ୍ରିୟାରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଅଛି ।
ବର୍ତ୍ତମାନ, ଏହି ଭ୍ରାମ୍ୟମାଣ ଟ୍ରାନ୍ସଫର୍ମରଟି ରାଉରକେଲା ସହରର ପ୍ରସିଦ୍ଧ ମହୋତ୍ସବ ‘ବେଦବ୍ୟାସ ମେଳା’ ପାଇଁ ଉତ୍ସର୍ଗୀକୃତ କରାଯାଇଛି । ଯାହା 26 ଫେବୃଆରୀରୁ 10 ମାର୍ଚ୍ଚ, ପର୍ଯ୍ୟନ୍ତ ପାଳିତ ହେବ ଏବଂ ଏହି ଭ୍ରାମ୍ୟମାଣ ଟ୍ରାନ୍ସଫର୍ମରଟି ମେଳା ସମୟରେ ନିର୍ଭରଯୋଗ୍ୟ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବ । ନୂତନ ଭାବରେ ନିୟୋଜିତ ଏହି 500 kVA ଭ୍ରାମ୍ୟମାଣ ଟ୍ରାନ୍ସଫର୍ମରଟି ରିଙ୍ଗ ମେନ୍ ୟୁନିଟ୍ (RMU) ଏବଂ LT ସୁରକ୍ଷା ପ୍ୟାନେଲ ସହିତ ସଜ୍ଜିତ । ଏହି ଭ୍ରାମ୍ୟମାଣ ଟ୍ରାନ୍ସଫର୍ମରଟି ଟ୍ରାନ୍ସଫର୍ମର ଦ୍ୱାରା ଟ୍ରାନ୍ସଫର୍ମର ମରାମତି, ବଦଳ କିମ୍ବା ନୂତନ ଟ୍ରାନ୍ସଫର୍ମର ସ୍ଥାପନ ସମୟରେ ଉକ୍ତ ଅଞ୍ଚଳରେ ବ୍ୟାଘତ ହୋଇଥିବା ବିଦ୍ୟୁତ୍ ସେବାକୁ ସ୍ୱଭାବିକ କରାଯାଇ ପାରିବ ।
ଏହି ଅବସରରେ, ଟିପିଡବ୍ଲ୍ୟୁଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା ପ୍ରକାଶ କରିଛନ୍ତି ଯେ, “ଏହି ଭ୍ରାମ୍ୟମାଣ ଟ୍ରାନ୍ସଫର୍ମରଟି ରାଉରକେଲା ସହର ପାଇଁ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବ । ଯାହା ଆସନ୍ତା ଗ୍ରୀଷ୍ମ ସମୟରେ ଟ୍ରାନ୍ସଫର୍ମର ବିଫଳତା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଦେବ । ଏହି ଭ୍ରାମ୍ୟମାଣ ଟ୍ରାନ୍ସଫର୍ମର ଦ୍ୱାରା ଆମର ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ପ୍ରଦାନ କରିବାର ପ୍ରତିବଦ୍ଧତା ପୂର୍ବାପେକ୍ଷା ଅଧିକ ଦୃଢ଼ ହୋଇପାରିବ ଏବଂ ବିଦ୍ୟୁତ୍ ବିଫଳତା ସମୟରେ ଆମେ ରାଉରକେଲା ସହରବାସୀଙ୍କ ପାଇଁ ଏକ ଅଭିନବ ସମାଧାନ ପ୍ରଦାନ କରିପାରିବୁ ।”