ଅନୈତିକ ସମ୍ପର୍କ ପାଇଁ ହତ୍ୟାକାଣ୍ଡ

ପରକୀୟା ପ୍ରୀତିରୁ ବାଲେଶ୍ୱରରେ ଡବଲ ମର୍ଡର । ରାଣୀପାଟଣା ବ୍ୟାଙ୍କ କଲୋନୀରେ ହୋଇଛି ଏହି ଡବଲ ମର୍ଡର । ଜଣେ ମହିଳା ଓ ପୁରୁଷଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ଅନୈତିକ ସଂପର୍କକୁ ନେଇ ମହିଳାଙ୍କ ସ୍ୱାମୀ ଏପରି ହତ୍ୟାକାଣ୍ଡ କରିଛନ୍ତି । ହତ୍ୟାକାଣ୍ଡ ପରେ ସ୍ୱାମୀ ଥାନାରେ ଆତ୍ମସମର୍ପଣ କରିଥିବା ବେଳେ ପୁଲିସ ଓ ସାଇଟିଂଫିକ ତଦନ୍ତ ଆରମ୍ଭ କରିଛନ୍ତି ।
ସହନଶୀଳତାର ବି ଗୋଟିଏ ସୀମା ଥାଏ । ଆଉ ଯେତେବେଳେ ସବୁସୀମା ପାର ହୋଇଯାଏ, ସେତେବେଳେ କିଛି ଏପରି ପରିସ୍ଥିତି ସୃଷ୍ଟି ହୁଏ । ଯାହା ଦେଖିବାକୁ ମିଳିଛି ବାଲେଶ୍ୱରର ଏହି ଡବଲ ମର୍ଡର ଘଟଣାରେ ।
ପୁଅର ଏହି ଚାଂଚଲ୍ୟକର ବୟାନକୁ – ହତ୍ୟାକାଣ୍ଡ ଘଟିଥିବା ରାତିରେ ଧୀରେ ଧୀରେ ସୁସ୍ଥ ହୋଇଥିବା ବାପା ପୁଅକୁ ଖୁଆଇ ସାରିବା ପରେ ଆଉ ଗୋଟିଏ ରୁମରେ ସୁଆଇଦେଇଥିଲା । ଆଉ ସବୁଦିନ ପାଇଁ ସ୍ତ୍ରୀ ଓ ପରପୁରୁଷକୁ ରାସ୍ତାରୁ ହଟାଇବା ପାଇଁ ରଚିଥିଲା ଷଡଯନ୍ତ୍ର । ଲୁହା ରଡରେ ଆକ୍ରମଣ କରି ଅତି ବିଭତ୍ସ ଭାବେ ଉଭୟଙ୍କୁ ହତ୍ୟା କରିଥିଲା ବିଜୟ । ବନ୍ଦ ରୁମ ଭିତରେ ଥିବା ପୁଅକୁ ବାହାରକୁ ଅଣାଯିବା ପରେ ପୁରା ଘଟଣାର ହୋଇଥିଲା ପର୍ଦ୍ଦାଫାଶ । ବାପା ବିଜୟ ଓ ପୁଅ ଅଶୋକ ଶୋଉଥିଲେ ଖଟ ଉପରେ । ଆଉ ମା ସହିତ ତଳେ ଶୋଉଥିଲେ ଆଲୋକ । ଆଲୋକ ମୋବାଇଲ ଦୋକାନ କରି ଘର ଛଳାଉଥିଲା କାରଣ ବାପା ରୋଗାଗ୍ରସ୍ତ ଥିଲେ । ଆଉ ପ୍ରାୟ ବର୍ଷେ ହେଲା ନିଜ ସ୍ତ୍ରୀ ସହିତ ପରପୁରୁଷର ଶାରିରୀକ ସମ୍ପର୍କକୁ ନିଜ ଆଖି ଆଗରେ ଦେଖୁଥିଲେ ସ୍ୱାମୀ । ଯେତେବେଳେ ସହିବାର ସବୁ ସୀମାପାର ହୋଇଗଲା ସେତେବେଳେ ଘଟିଲା ଏହି ହୃଦୟ ଥରାଇବା ଭଳି ହତ୍ୟା ଘଟଣା ।

Share

Leave a Reply

Your email address will not be published. Required fields are marked *

1 × two =