ଧର୍ମେନ୍ଦ୍ର ପ୍ରଧାନ ଚୁପ୍ କାହିଁକି ?

ଭୁବନେଶ୍ୱର () ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବାହାମାସ ଟିକସ ଠକେଇ ପ୍ରସଙ୍ଗ ଲୋକସଭାରେ ବିଜେଡି ପକ୍ଷରୁ ଉଠାଯାଇଥିବାବେଳେ ରାଜ୍ୟରେ ବିଜେପି ନେତୃବୃନ୍ଦଙ୍କୁ ଦଳ ଘେରିଛି । ବୈଜୟନ୍ତଙ୍କ ଟିକସ ଠକେଇ ପ୍ରସଙ୍ଗରେ ବିଜେପିର ବନ୍ଧୁମାନେ ସ୍ପଷ୍ଟ ମତ ରଖନ୍ତୁ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଦାବି କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସବୁକ୍ଷେତ୍ରରେ ସିବିଆଇ ତଦନ୍ତ, ଆୟକର ତଦନ୍ତ କିମ୍ବା ଇଡି ତଦନ୍ତ ଦାବି କରୁଥିଲାବେଳେ ବୈଜୟନ୍ତଙ୍କ କ୍ଷେତ୍ରରେ କାହିଁକି ନୀରବ ବୋଲି ସେ ପ୍ରଶ୍ନ କରିଛନ୍ତି ।
ବ୍ୟାପମ୍ ସ୍କାମର ମୁଖ୍ୟ ଖଳନାୟକ ସୁଧୀର ଶର୍ମାଙ୍କ ଠାରୁ ବିମାନ ଟିକେଟ ନେବା ଏବଂ ଏ କ୍ଷେତ୍ରରେ ସିବିଆଇ ତଦନ୍ତ ପ୍ରସଙ୍ଗରେ ମଧ୍ୟ ତାଙ୍କ ପାର୍ଟି ଚୁପ ରହିଥିଲା । ଅପରାଧୀ ଟିଟୋକୁ ପେଟ୍ରୋଲ୍ ପମ୍ପ ଆବଣ୍ଟନ ଏବଂ ଏହି ଘଟଣାରେ ସିବିଆଇ ତଦନ୍ତ ଦାବି ସମୟରେ ମଧ୍ୟ ସେ ନୀରବତା ଅବଲମ୍ବନ କରିଥିଲେ । ବୈଜୟନ୍ତଙ୍କ କ୍ଷେତ୍ରରେ ମଧ୍ୟ ସେ ସମାନ ନୀରବତା ଅବଲମ୍ବନ କରୁଛନ୍ତି । ଏଭଳି ନୀରବତାର ରହସ୍ୟ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି । ଏଥିସହ କେନ୍ଦ୍ରର ବିଜେପି ସରକାରଙ୍କୁ ମଧ୍ୟ ବିଜେଡି ସମାଲୋଚନା କରିବା ସହ ବୈଜୟନ୍ତଙ୍କ ଟିକେଟ ଠକେଇ ପ୍ରସଙ୍ଗରେ ତଦନ୍ତ କରିବାର ପୂର୍ଣ୍ଣ କ୍ଷମତା ଥିଲେ ବି କେନ୍ଦ୍ର ଚୁପ୍ ବସିଛନ୍ତି ବୋଲି ସେ କହିଛନ୍ତି ।
Share

Leave a Reply

Your email address will not be published. Required fields are marked *

four − 1 =