ଇ-ଗ୍ରାମପଞ୍ଚାୟତ ପୋର୍ଟାଲ ସହ ଲଞ୍ଚ ହେଲା ମୋବାଇଲ ଆପ୍

ନୂଆଦିଲ୍ଲୀ()ଆଜି ପଞ୍ଚାୟତିରାଜ ଦିବସ । ଏହି ପରିପ୍ରେକ୍ଷୀରେ ଗ୍ରାମପଞ୍ଚାୟତଗୁଡ଼ିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିଛନ୍ତି । ଏହାସହ ଏହି ଦିବସ ଅବସରରେ ପଞ୍ଚାୟତଗୁଡ଼ିକୁ ବଧେଇ ଦେଇଛନ୍ତି । ଦେଶର ଲକ୍ଷାଧିକ ସରପଞ୍ଚକୁ ସେ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି । ସେ କହିଛନ୍ତି କରୋନା ଯୋଗୁଁ କାମ କରିବାର ତରିକା ବଦଳିଛି । କରୋନା ପାଇଁ ନୂଆ ନୂଆ ସମସ୍ୟା ଉପୁଜିବାରେ ଲାଗିଛି । କରୋନା ଆମ ସମସ୍ତଙ୍କୁ ନୂଆ ଶିକ୍ଷା ଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଆମକୁ ଏହି ସମୟରେ ଆତ୍ମନିର୍ଭରଶୀଳ ହେବାକୁ ପଡ଼ିବ । ଦେଶ, ରାଜ୍ୟ, ଜିଲ୍ଲା ଓ ଗାଁ ଆତ୍ମନିର୍ଭରଶୀଳ ହେବାକୁ ସୁଯୋଗ ମିଳିଛି । ଆତ୍ମନିର୍ଭରଶୀଳ ନହେଲେ ସମସ୍ୟା ସମାଧାନ ହେବ ନାହିଁ । ପଞ୍ଚାୟତ ମଜଭୁତ ହେଲେ ଗଣତନ୍ତ୍ର ସଶକ୍ତ ହେବ ।
ଅନ୍ୟପଟେ ଗ୍ରାମର ବିକାଶ ପାଇଁ ଦୁଇଟି ଯୋଜନାର ଶୁଭାରମ୍ଭ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଗ୍ରାମ ସ୍ୱରାଜ ପୋର୍ଟାଲ ଲଞ୍ଚ ହୋଇଛି । ଇ-ଗ୍ରାମପଞ୍ଚାୟତ ପୋର୍ଟାଲ ସହ ଲଞ୍ଚ ହୋଇଛି ମୋବାଇଲ ଆପ୍ । ସ୍ୱାମୀତ୍ୱ ଯୋଜନାର ବି ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ସ୍ୱାମୀତ୍ୱ ଯୋଜନାରେ ଗାଁ ଗାଁର ମ୍ୟାପିଂ କରାଯିବ । ଡ୍ରୋନ ଜରିଆରେ ଗାଁର ସମ୍ପତ୍ତି ମ୍ୟାପିଂ କରାଯିବ । ସମ୍ପତ୍ତିକୁ ନେଇ ଗାଁରେ ଥିବା ଅସନ୍ତୋଷ ଶେଷ ହେବ । ଦେଶର ୬ଟି ରାଜ୍ୟରେ ପ୍ରଥମେ ଏହି ଯୋଜନାର ଶୁଭାରମ୍ଭ ହୋଇଛି । ପରବର୍ତ୍ତୀ ସମୟରେ ସାରା ଦେଶରେ ଏହା ଲାଗୁ କରାଯିବ ।

Share

Leave a Reply

Your email address will not be published. Required fields are marked *

twenty − eight =