ଆରମ୍ଭ ହେବ ମୌସୁମୀ ଅଧିବେଶନ

ଭୁବନେଶ୍ବର: ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ମଙ୍ଗଳବାର ଠାରୁ ଆରମ୍ଭ ହେବ । ଅଧିବେଶନ ୧୧ ଦିନ ଧରି ବସିବାକୁ ଥିବା ବେଳେ ବିରୋଧୀ ଦଳ ଓ ସରକାରଙ୍କ ଭିତରେ ଏଥର ଜୋରଦାର ଲଢ଼େଇ ହେବ। । ଫସଲ ବୀମା, ଶିକ୍ଷକ ସମସ୍ୟା, ଲେକାୟୁକ୍ତ ନିଯୁକ୍ତିକୁ ନେଇ ସରକାରଙ୍କୁ ଟାର୍ଗେଟ କରିବାକୁ ଯୋଜନା କରିଛି ବିରୋଧୀ ଦଳ। ଗତ ଅଧିବେଶନରେ ଲୋକାୟୁକ୍ତ ନିଯୁକ୍ତି ନେଇ ସୁପ୍ରିମ କୋର୍ଟକୁ ମିଥ୍ୟା ତଥ୍ୟ ଦେଇଥିବା ଅଭିଯୋଗ କରିଥିଲା କଂଗ୍ରେସ। ଯାହାକୁ ନେଇ ଦୁଇ ଦିନ ଧରି ବିଧାନସଭାରେ ବିରୋଧୀ ହଙ୍ଗମା ମଧ୍ୟ ହୋଇଥିଲା  ା ଏହା ସହ ବିରୋଧୀଙ୍କୁ ଚକମା ଦେବା ପାଇଁ ସରକାରୀ ଦଳ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି, ମହାନଦୀ ପ୍ରସଙ୍ଗ, ପୋଲାଭରମ ଏବଂ କେନ୍ଦ୍ରୀୟ ଅବହେଳାକୁ ପ୍ରସଙ୍ଗ କରିବେ ବୋଲି ଆଶା କରାହେଉଛି । ବିଧାନସଭା ରଣନୀତି ପ୍ରସ୍ତୁତ କରିବାକୁ ଆସନ୍ତାକାଲି ଅପରାହ୍ନ ୫ଟା୩୦ରେ ବିଧାନସଭାରେ ବସିବ ବିଜେଡି ବିଧାୟକ ଦଳ ବୈଠକ ଏବଂ ୬ଟାରେ କଂଗ୍ରେସ ବିଧାୟକ ଦଳ ବୈଠକ ବସୁଥିବା ବେଳେ ବିଜେପି ବିଧାୟକ ଦଳ ବୈଠକ ଅପରାହ୍ନ ୩ଟାରେ ରାଜ୍ୟ କାର୍ଯ୍ୟଳୟରେ ବସିବ। ଏହ ସହ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ସମ୍ମାନରେ ମଙ୍ଗଳବାର ଦିନ ଶୋକ ପ୍ରସ୍ତାବ ଆଣିବା ସହ ଗୋଟିଏ ଦିନ ପାଇଁ ବିଧାନ ସଭା କାର୍ଯ୍ୟକ୍ରମକୁ ମୁଲତବୀ ରଖିବାକୁ କାଲି ବସିବ ବିଧାସଭା କାର୍ଯ୍ୟ ପରାର୍ମଶଦାତା କମିଟି ବୈଠକ।

Share

Leave a Reply

Your email address will not be published. Required fields are marked *

11 + 19 =