ମାଷ୍ଟରକ୍ୟାଣ୍ଟିନ ନିକଟ ସୌନ୍ଦର୍ଯ୍ୟକରଣ କାମ ଆରମ୍ଭରୁ ମୂର୍ତ୍ତି ଭାଙ୍ଗିଲା

ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନ ନିକଟ ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ ହୋଇଛି । ତେବେ କାମ ଆରମ୍ଭରୁ ବହୁଚର୍ଚ୍ଚିତ ଘୋଡା ନିକଟରେ ଥିବା ନର୍ତ୍ତକୀ ମୂର୍ତ୍ତି ଭାଙ୍ଗିଯାଇଛି । ମୂର୍ତ୍ତି ସ୍ଥାନାନ୍ତର ବେଳେ ଗୋଟିଏ ନର୍ତ୍ତକୀ ମୂର୍ତ୍ତି ଭାଙ୍ଗିଯାଇଥିବା ସୂଚନା ମିଳିଛି । ଅନ୍ୟପଟେ ଘୋଡା ସ୍ଥାନାନ୍ତର ହେବନାହିଁ ବୋଲି ନିଷ୍ପତ୍ତି ପରେ ଏହି ସ୍ଥାନକୁ ନୂଆ ରୂପ ଦେବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ସ୍ମାର୍ଟ ସିଟି ଲିମିଟେଡ୍ ଏଥିପାଇଁ ସ୍ୱତନ୍ତ୍ର ନକ୍ସା ପ୍ରସ୍ତୁତ କରିଛି । ଭାସ୍କର୍ୟ୍ୟ ଶିଳ୍ପୀ ପଦ୍ମବିଭୂଷଣ ସୁଦର୍ଶନ ସାହୁଙ୍କ ନେତୃତ୍ୱରେ ଏହି କାମ ଚାଲିଥିବାବେଳେ ମୂର୍ତ୍ତିଟି ଭାଙ୍ଗି ଯାଇଛି । ଉଠା ଯନ୍ତ୍ର ସାହାଯ୍ୟରେ ମୂର୍ତ୍ତିକୁ ହଟା ଯାଉଥିବାବେଳେ ଅଂଟା ପାଖରୁ ନର୍ତ୍ତକୀ ମୂର୍ତ୍ତିଟି ଭାଙ୍ଗି ଯାଇଛି ।

Share

Leave a Reply

Your email address will not be published. Required fields are marked *

5 × 1 =