ମନୀଷ ମୃତ୍ୟୁକୁ ନେଇ ଆସିଲା ବଡ଼ ଖବର, ବିଲ୍ ପେମେଣ୍ଟକୁ ନେଇ ବଚସା!

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । କେମିତି ହେଲା ତାଙ୍କର ମୃତ୍ୟୁ । କିଏ ମାରିଲା? କାହିଁକି ମାରିଲା? ଏଭଳି ଅନେକ ଅସମାହିତ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଘାଣ୍ଟି ଚକଟି ହେଉଛି । ତେବେ ଏହାରି ବୁଧବାର ମନୀଷଙ୍କ ତିନିଜଣ ସାଙ୍ଗ କନ୍ଧମାଳରେ ଆତ୍ମସମର୍ପଣ କରିଛନ୍ତିି । ସଦ୍ୟ ସୂଚନା ମୁତାବକ ଜଣାପଡ଼ିଛିକି, ହୋଟେଲରେ ବିଲ୍ ପେମେଣ୍ଟକୁ ନେଇ ବଚସା ହୋଇଥିଲା । ତେବେ ବିଲ କିମ୍ବା ଅନ୍ୟ କୌଣସି କାରଣକୁ ନେଇ ବଚସା ହୋଇଥିଲା ତାହା ସ୍ପଷ୍ଠ ହୋଇନାହିଁ । ସେପଟେ ମିଳିଥିବା ସିସିଟିଭି ଫୁଟେଜରେ ଦେଖାଯାଇଛି କି, ମନୀଷଙ୍କ ଆଗେ ଆଗେ ଜଣେ ଯୁବତୀ ଯାଉଥିଲେ । ସେ ଯୁବତୀ କିଏ? ଉନୀଷଙ୍କ ମୃତ୍ୟୁ ସହ ରହସ୍ୟମୟୀଙ୍କ କିଛି ସମ୍ପୃକ୍ତି ନାହିଁ ତ?

Share

Leave a Reply

Your email address will not be published. Required fields are marked *

eleven − six =