ଭାରତର ଭୂସ୍ୱର୍ଗ ପୁଣି ବିକାଶର ଶିଖର ଛୁଇଁବ:ମୋଦୀ

ନୂଆଦିଲ୍ଲୀ() ସଂସଦର ଉଭୟ ଗୃହରେ ସମ୍ବିଧାନର ୩୭୦ ଧାରା ଉଚ୍ଚେଧ ହେବା ପରେ ପ୍ରଧାନମନ୍ତ୍ରୀ ଗତକାଲି ପ୍ରଥମ ଥର ପାଇଁ କାଶ୍ମୀରକୁ ନେଇ ମୁହଁ ଖୋଲିଛନ୍ତି । ଦେଶବାସୀଙ୍କ ଉଦେ୍ଧଶ୍ୟରେ ଏକ ଅଭିଭାଷଣ ଦେଇ ଜାମ୍ମୁ-କାଶ୍ମୀର ସମ୍ପର୍କରେ ସମଗ୍ର ଦେଶ ଏକ ଐତିହାସିକ ନିଷ୍ପତି ନେଇଛି ବୋଲି କହିଛନ୍ତି । ସେ କହିଛନ୍ତି ଏହି ନିଷ୍ପତି ଫଳରେ ଜମ୍ମୁ-କଶ୍ମୀର ନୂଆ ସ୍ୱପ୍ନ ଓ ନୂଆ ଆଶା ନେଇ ଆଗକୁ ବଢିବ । ବିକାଶର ଶୀର୍ଷକୁ ଯାଇ ଜାମ୍ମୁ-କାଶ୍ମୀର ଓ ଲଦାକ ସମଗ୍ର ଦେଶବାସୀଙ୍କର ସେ ସହଯୋଗ କାମନା କରିଥିଲେ ।

ମୋଦୀ କହିଛନ୍ତି, ଏହି ନିଷ୍ପତି ଫଳରେ ଜାମ୍ମୁ-କାଶ୍ମୀର ସମେତ ଲଦାକରେ ଏକ ନୂଆ ଯୁଗର ଆରମ୍ଭ ହୋଇଛି । ସଂସଦରେ ୩୭୦ ଧାରା ଉଚ୍ଚେଦକୁ ନେଇ କିଏ ସମର୍ଥନ ଦେଲା ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ । କିନ୍ତୁ ଆମକୁ ରହିବାକୁ ପଡିବଏବଂ ବିକାଶର ଧାରାରେ ଭାରତବର୍ଷ ସହିକ ଜାମ୍ମୁ-କାଶ୍ମୀରକୁ ସାମିଲ କରିବାକୁ ପଡିବ । ସମ୍ବିଧାନର ୩୭୦ ଧାରାରୁ କଣ ମିଳିଲା ତାହା କେହି କହୁନାହାଁନ୍ତି । କିନ୍ତୁ ଏହି ୩୭୦ ଧାରା କେବଳ ଦେଶରେ ଆତଙ୍କବାଦ ଓ ଭ୍ରଷ୍ଟାଚାରକୁ ବୃଦ୍ଧି କରିବାରେ ସହାୟତ ହୋଇଛି । ସେଥିପାଇଁ ଏହାକୁ ହଟାଇବା ପରେ ଜାମ୍ମୁ-କଶ୍ମୀର ବାସୀଙ୍କର ଦ୍ରୁତ ବିକାଶ ହେବ ବୋଲି ପ୍ରଧାନମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।

କାଶ୍ମୀର ଭାରତରେ ସାମିଲ ହେବାଠାରୁ ୩୭୦ରେ ମିଳିଥିବା ସୁବିଧା ଓ ସୁଯୋଗର ଲାଭ ନେଉଥିଲା। ହେଲେ ଏଥିରୁ ରାଜ୍ୟକୁ ଦୀର୍ଘ ବର୍ଷରେ ମିଳିଛି କ’ଣ ବୋଲି ପ୍ରଶ୍ନ କରିଛନ୍ତି ମୋଦି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୭୦ ବର୍ଷରେ ରାଜ୍ୟରେ ୪୨ ହଜାରରୁ ଊର୍ଦ୍ଧ୍ୱ ନିର୍ଦ୍ଦୋଷ ଲୋକଙ୍କ ପ୍ରାଣ ହରାଇବାକୁ ପଡିଲା। କେବଳ ଏହି ଅନୁଚ୍ଛେଦ ୩୭୦ ପାଇଁ, ହେଲେ ଏହା ଉପରେ କେବେ ଆଲୋଚନା ବି ହେଉନଥିଲା। ତାହାବି ଏହି ଆଇନ ଯୋଗୁ। ବଦଳରେ ଭାରତୀୟ ସମ୍ବିଧାନର ଏହି ଧାରାକୁ ପଡୋସୀ ପାକିସ୍ତାନ ଏକ ଅସ୍ତ୍ରଭାବେ ବ୍ୟବହାର କରୁଥିଲା। ଏହାର ଉଚ୍ଛେଦ ସହ କେବଳ ନେହେରୁ କି ଶ୍ୟାମାପ୍ରସାଦ ନୁହଁନ୍ତି ସମଗ୍ର ଦେଶର ସ୍ୱପ୍ନ ପୁରଣ ହୋଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ଏବେ ଭାରତର ଭୂସ୍ୱର୍ଗ ପୁଣି ବିକାଶର ଶିଖର ଛୁଇଁବ ବୋଲି ଶ୍ରୀ ମୋଦୀ ପ୍ରକାଶ କରି କହିଲେ ଯେ, କଶ୍ମୀର ଉପତ୍ୟକାରେ ପର୍ୟ୍ୟଟନ ଶିଳ୍ପର ବିକାଶ ଘଟିବ ଯଦ୍ୱାରା ରୋଜଗାରର ପ୍ରଭୁତ ସୁଯୋଗ ସୃଷ୍ଟି ହେବ । ଏହା ଫଳରେ ଘାଟୀ ଅଞ୍ଚଳରେ ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ଘଟିବ । ସେ ଦେଶର ଚଳଚ୍ଚିତ୍ର ନିର୍ମାତା ଏବଂ ଅନ୍ୟ ଶିଳ୍ପପତିମାନଙ୍କୁ ଜମ୍ମୁ-କଶ୍ମୀରରେ ଅଧିକରୁ ଅଧିକ ଚଳଚ୍ଚିତ୍ର ନିର୍ମାଣ ଓ ପୁଞ୍ଜିଲଗାଣ କରିବାକୁ ଆହ୍ଵାନ ଦେଇଥିଲେ । ସୌର ଶକ୍ତିର ବିନିଯୋଗ ଦ୍ୱାରା ବିକାଶ ପାଇଁ ଲଦାଖ ଏକ ପ୍ରକୃଷ୍ଟ ସ୍ଥାନ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ଶାସିତ ରାଜ୍ୟ ହେବା ପରେ ଏବେ ଲଦ୍ଦାଖର ବିକାଶ କେନ୍ଦ୍ର ସରକାରଙ୍କ ଦାୟିତ୍ୱ। ଏଠାରେ ପର୍ୟ୍ୟଟନ, ଆଡଭେଞ୍ଚର ସ୍ପୋର୍ଟସ ପାଇଁ ଅନେକ ସୁଯୋଗ ରହିଛି। କେନ୍ଦ୍ର ସରକାର ଏଦିଗରେ କାର୍ୟ୍ୟ କରିବେ। ଏହା ଛଡା ଦଳମତ ନିର୍ବିଶେଷରେ ଲଦ୍ଦାଖ ଓ ଜମ୍ମୁ-କାଶ୍ମୀରର ବିକାଶ ଲାଗି ଏକାଠୀ ହେବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ରାଜନୈତିକ ଦଳମାନଙ୍କୁ ତାଙ୍କ ଭାଷଣରେ ଆହ୍ୱାନ ଦେଇଛନ୍ତି। ମୋଦି କହିଛନ୍ତି ଯେ ଅନୁଚ୍ଛେଦ କାଶ୍ମୀର ୩୭୦ରୁ ମୁକ୍ତ ହେବା ସତ୍ୟ ଘଟଣା, ତେବେ ଆଉ ଏକ ସତ୍ୟ ହେଉଛି ମାତ୍ର ଅଳ୍ପ ସଂଖ୍ୟକ କିଛି ଲୋକ ସେଠାରେ ପରିସ୍ଥିତି ବିଗାଡିବାକୁ ଉଦ୍ୟମ କରୁଛନ୍ତି। ସେମାନଙ୍କୁ ସ୍ଥାନୀୟ ଲୋକେ ଜବାବ ବି ଦେଇଛନ୍ତି।

ଜମ୍ମୁ-କଶ୍ମୀରର ସ୍ଥାନୀୟ ଯୁବକ-ଯୁବତୀଙ୍କ ପାଇଁ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ । ନବ ପ୍ରତିଷ୍ଠିତ ଶିଳ୍ପ ପ୍ରକଳ୍ପ ସାଂଗକୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥା, କେନ୍ଦ୍ର ସରକାରଙ୍କ ଅଧିନସ୍ଥ ରାଷ୍ଟ୍ରାୟତ୍ତ ସଂସ୍ଥା, ସେନା ବାହିନୀ ଏବଂ ଅର୍ଦ୍ଧସାମରିକ ବାହିନୀରେ ସେମାନେ ନିଯୁକ୍ତି ସୁଯୋଗ ପାଇବେ ।

ଅଭିଭାଷଣ ଶେଷରେ ସେ ସମସ୍ତଙ୍କୁ ମୁସଲିମ୍‌ ସମ୍ପ୍ରଦାୟର ଅନ୍ୟତମ ବଡ଼ ପର୍ବ ଇଦ୍‌ ପାଇଁ ଶୁଭକାମନା ଜଣାଇଥିଲେ।

Share

Leave a Reply

Your email address will not be published. Required fields are marked *

12 + four =