ପ୍ରିୟଙ୍କାଙ୍କୁ ପଛରେ ପକାଇ ଲିଡ୍ କରି ଚାଲିଛନ୍ତି ମମତା

କୋଲକାତା: ପଶ୍ଚିମବଙ୍ଗର ଭବାନୀପୁର ଆସନରେ ହୋଇଥିବା ଉପନିର୍ବାଚନ ଫଳାଫଳ ଆଜି ବାହାରୁଛି । ଟିଏମସି ପ୍ରାର୍ଥୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଆସନରେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ତେବେ ତୃତୀୟ ରାଉଣ୍ଡ ଗଣତି ସୁଦ୍ଧା ମମତା ଆଗରେ ରହିଛନ୍ତି । ସେ ବିଜେପି ପ୍ରାର୍ଥୀ ପ୍ରିୟଙ୍କାଙ୍କୁ ପଛରେ ପକାଇଛନ୍ତି । ମମତା ଚତୁର୍ଥ ରାଉଣ୍ଡ ଗଣତି ସୁଦ୍ଧା ୧୨ ହଜାର ୪୩୫ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି । ତେବେ ଏଠାରେ ଯେଉଁ ଅନୁପାତରେ ଲଢ଼େଇ ହେବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ପ୍ରକାଶ କରୁଥିଲେ ତାହା ହୋଇନାହିଁ । କାହିଁକି ନାଁ ଦିଦି ପ୍ରଥମ ରାଉଣ୍ଡରୁ ଲିଡ୍ କରି ଚାଲିଛନ୍ତି ।

Share

Leave a Reply

Your email address will not be published. Required fields are marked *

twenty − 12 =