୧୯ଲକ୍ଷ ଟଙ୍କା ନେଇ ଯାଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଟିଡିସିସି ଜିଲ୍ଲା ପରିଚାଳକ

ସୁନ୍ଦରଗଡ଼: ଲକଡାଉନ ସମୟରେ ଟଙ୍କା ନେଇ ଯାଉଥିଲେ, ଭିଜିଲାନ୍ସ ହାତରେ ଧରାପଡିଲେ । : ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ସୁନ୍ଦରଗଡ଼ ଆଦିବାସୀ ଉନ୍ନୟନ ସମବାୟ ନିଗମର(ଟିଡିସିସି) ଜିଲ୍ଲା ପରିଚାଳକ ଜୟପ୍ରକାଶ ମହାନ୍ତି । ଆଜି ସକାଳୁ ସେ ଏକ କାରରେ ୧୯ ଲକ୍ଷ ଟଙ୍କା ନେଇ ସୁନ୍ଦରଗଡ଼ରୁ ଯାଉଥିଲେ । କୌଣସି ବିଶେଷ ସୂତ୍ରରୁ ଖବର ପାଇବା ପରେ ଭିଜିଲାନ୍ସ ଚଢ଼ାଉ କରିଥିଲା । ସେ କେଉଁଠିକୁ ଟଙ୍କା ନେଇ ଯାଉଥିଲେ ଏବଂ କେଉଁଠୁ ଏତେ ପରିମାଣର ଟଙ୍କା ଆଣିଲେ କହିନାହାନ୍ତି । ତେବେ କୌଣସି ସନ୍ତେଜନକ ଉତ୍ତର ଦେଇନଥିବା ସୂଚନା ମିଳିଛି । ତାଙ୍କୁ ଭିଜିଲାନ୍ସ ଅଫିସକୁ ଆଣି ଅଧିକ ପଚରାଉଚରା କରାଯାଉଥିବା ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ଭିଜିଲାନ୍ସ ଡିଏସପି ସୁଧାଂଶୁ ପୂଜାରୀ ।

Share

Leave a Reply

Your email address will not be published. Required fields are marked *

13 + 9 =