ଋଣ ସୁଝିବା ପାଇଁ ଲୁଟ

ଭୁବନେଶ୍ୱର() ଭୁବନେଶ୍ୱରରେ ୨ଟି ବ୍ୟାଙ୍କ ଲୁଟ ଘଟଣାର ଫର୍ଦ୍ଦାଫାସ ହୋଇଛି । ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ।

ସେ କହିଛନ୍ତି ଯେ, ‘ ୨୫ ବର୍ଷୀୟ ସୌମ୍ୟ ରଞ୍ଜନ ଜେନାଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କଠାରୁ ୧୦ ଲକ୍ଷ ଟଙ୍କା ଜବତ କରାଯାଇଛି । ଲକଡାଉନ ପାଇଁ ବ୍ୟବସାୟରେ କ୍ଷତି ଯୋଗୁଁ ଏଭଳି ଲୁଟ ହୋଇଛି । ଲୁଟ ହୋଇଥିବା ୨ଟି ବ୍ୟାଙ୍କରେ ଅଭିଯୁକ୍ତର ଆକାଉଣ୍ଟ ଅଛି ।  ଅଭିଯୁକ୍ତ ୨ଟି ବ୍ୟାଙ୍କରୁ ୧୯ ଲକ୍ଷ ଟଙ୍କାର ଋଣ କରିଥିଲା ।  ଋଣ କରିଥିବା ୧୯ ଲକ୍ଷରୁ ୬ ଲକ୍ଷ ସୁଝିବାକୁ ବାକି ରହିଥିଲା ।  ଲକଡାଉନ ଯୋଗୁଁ ସେ ଆଉ ଋଣ ସୁଝି ପାରୁନଥିଲା ।  ଫଳରେ ସେ ଲୁଟର ପନ୍ଥା ଅବଲମ୍ବନ କରିଥିଲା । ଲୁଟ କରି ଟଙ୍କା ଆଣି ଋଣ ସୁଝିବା ଯୋଜନା କରିଥିଲା ।  ୟୁଟୁ୍ୟବରୁ ଦେଖି ବ୍ୟାଙ୍କ ଲୁଟ କରିବା ଶିଖିଥିଲା ।  ଉଭୟ ବ୍ୟାଙ୍କରେ ଲୁଟେରା ଜଣେ ଥିବା ଆମେ ଜାଣିବାକୁ ପାଇଥିଲୁ ।  ଲୁଟେରା ଜଣକ ଓଡ଼ିଆରେ କଥା ହେଉଥିବା ମଧ୍ୟ ଜଣାପଡ଼ିଥିଲା । କେହି ଲୋକାଲ ଲୋକ ଏପରି କରିଥିବା ପ୍ରାଥମିକ ଭାବେ ଜାଣିଥିଲୁ ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

11 − 8 =