କ୍ୟାବିନେଟ ମଂଜୁରୀ ପରେ ‘ଖୁସି’ ମୁହଁରେ ହସ

ଭୁବନେଶ୍ୱର () ରାଜ୍ୟ କ୍ୟାବିନେଟ ୨୮ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି । ଖାସକରି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ‘ଖୁସି’ ଯୋଜନାକୁ ମଂଜୁରୀ ମିଳିଛି। ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପଢୁଥିବା ଛାତ୍ରୀମାନଙ୍କ ପାଇଁ ସରକାର ଖୁସି ଆଣିଛନ୍ତି। ଏହି ଯୋଜନା ଅନୁସାରେ ଛାତ୍ରୀମାନେ ସେମାନଙ୍କର ସ୍କୁଲରୁ ମାଗଣାରେ ସାନିଟାରି ନାପକିନ୍ ପାଇପାରିବେ। ରାଜ୍ୟ ସଚିବାଳୟରେ ଅନୁଷ୍ଠିତ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଖୁସି ଯୋଜନାରେ ୫ ବର୍ଷରେ ୪୬୬.୦୮ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରୁ ରାଜ୍ୟର ମୋଟ ୧୭ ଲକ୍ଷ ୨୫ ହଜାର ଛାତ୍ରୀ ଉପକୃତ ହେବେ। ସରକାରୀ ସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟ ଛାତ୍ରୀଙ୍କୁ ମଧ୍ୟ ନାପକିନ୍ ମିଳିବ।

ଏହି ଯୋଜନା ମାଧ୍ୟମରେ କିଶୋରୀ ଛାତ୍ରୀମାନେ ଉତ୍ତମ ମାନର ସାନିଟାରୀ ନାପକିନ ବ୍ୟବହାର କରି ରୃତୁଚକ୍ର ଜନିତ ସ୍ୱାସ୍ଥ୍ୟ ସୁରକ୍ଷା କରିବାରେ ସହାୟକ ହେବ । ଏହାଦ୍ୱାରା ବିଦ୍ୟାଳୟରେ ଛାତ୍ରୀଙ୍କ ଡ୍ରପଆଉଟ ମଧ୍ୟ ହ୍ରାସ ହେବ ଏବଂ ଛାତ୍ରୀଙ୍କ ଉପସ୍ଥାନ ବଢିବା ସହ ଶିକ୍ଷାନୁଷ୍ଠାନ ପରିମାପ ବୃଦ୍ଧି ପାଇବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

nineteen − nine =