ବାହା ନହୋଇ ମା’ ହେଲେ ଏହି ଅଭିନେତ୍ରୀ

ମୁମ୍ବାଇ() ଚର୍ଚ୍ଚାରେ ଅଭିନେତ୍ରୀ କଲକୀ କୋଚଲିନ । ଗତକାଲି ତଥା ୭ ତାରିଖରେ କଲକୀ ଏକ ଶିଶୁକନ୍ୟା ଜନ୍ମ ଦେଇଛନ୍ତି । କଲକୀ ଗତବର୍ଷ ସେପ୍ଟେମ୍ବରରେ ମା’ ହେବାକୁ ଯାଉଛନ୍ତି ବୋଲି ସୂଚନା ଦେଇଥିଲେ । ଏହି ସୂଚନା ଦେବା ବେଳେ ସେ ୫ ମାସର ଗର୍ଭବତୀ ଥିଲେ । ଏହା ପର ଠାରୁ ସେ ସୋସିଆଲ ମିଡିଆରେ କ୍ରମାଗତ ଭାବେ ନିଜ ଫଟୋ ସେୟାର କରିଥିଲେ । ସେ ପାଣି ଭିତରେ ମଧ୍ୟ ଫଟୋସୁଟ କରି ଚର୍ଚ୍ଚାରେ ଆସିଥିଲେ ।

 

ସୂଚନା ଅନୁସାରେ, କଲକୀଙ୍କ ଏହା ପ୍ରଥମ ସନ୍ତାନ । କଲକୀ ଗେ ହର୍ଶବାଗଙ୍କ ସହ ଏବେ ପ୍ରେମ ସମ୍ପର୍କରେ ଅଛନ୍ତି । ୨୦୧୧ରେ କଲକୀ ଫିଲ୍ମ ମେକର ଅନୁରାଗ କୌଶପଙ୍କୁ ବିବାହ କରିଥିଲେ । ହେଲେ ୨୦୧୫ରେ ସେମାନଙ୍କ ବିବାହ ବିଚ୍ଛେଦ ହୋଇଯାଇଥିଲା ।

Share

Leave a Reply

Your email address will not be published. Required fields are marked *

3 × five =