କଡାକଡି ହେବ ଜେଲ ସୁରକ୍ଷା, ଲାଗିବ ବ୍ୟାଗେଜ ସ୍କାନର

ଭୁବନେଶ୍ବର, (ନିପ୍ର): ରାଉରକେଲା, ଚୌଦ୍ବାର, ବ୍ରହ୍ମପୁର ଓ ଝାରପଡ଼ା ସ୍ବତନ୍ତ୍ର ଜେଲରେ ଲାଗିଛି ବ୍ୟାଗେଜ ସ୍କାନର । ଏହା ସମେତ ଗତ ଆର୍ଥିକ ବର୍ଷରେ ୯ଟି ଜିଲ୍ଲା କାରାଗାରରେ ବ୍ୟାଗେଜ ସ୍କାନର ଲଗାଯାଇଛି । ଜେଲ ବାହାରୁ ଭିତରକୁ ଯାଉଥିବା ବ୍ୟାଗ ଗୁଡ଼ିକର ତନଖି ହୋଇପାରୁଛି । ଜେଲ୍ ଭିତରକୁ ମୋବାଇଲ ଫୋନ କୌଣସି ମାରଣାସ୍ତ୍ର ଚାଲାଣକୁ କଡ଼ାକଡ଼ି ତଦାରଖ କରିବା ପାଇଁ ୨୦ଟି ଉପକାରାଗାରରେ ଏଭଳି ବ୍ୟବସ୍ଥା ଲାଗୁ କରାଯିବା ପାଇଁ ଜେଲ ପ୍ରଶାସନ ପ୍ରସ୍ତାବ ଦେଇଛନ୍ତି ।

ଚଳିତ ଆର୍ଥିକ ବର୍ଷରେ କାରାଗାର ସୁରକ୍ଷାକୁ ଅଧିକ ମଜଭୁତ କରିବା ପାଇଁ ଲଗେଜ ସ୍କାନର ଯୋଜନା କରାଯାଇଥିବା ପ୍ରଶାସନ କହିଛି । ଗୋଟିଏ ଲଗେଜ ସ୍କାନର ପାଇଁ ୧୫ ଲକ୍ଷ ଟଙ୍କା ପଡ଼ୁଥିବା ଅତିରିକ୍ତ ମହାନିର୍ଦ୍ଦେଶକ ବିଜୟାନନ୍ଦ ଝା କହିଛନ୍ତି । ପାଚେରୀ ଉଚ୍ଚ କରିବା ସହିତ ବିଦ୍ୟୁତ ସରବରାହ ବ୍ୟବସ୍ଥା, ସିସିଟିଭି ୱାଚ୍ ଟାୱାର, ପୃଥକ ସେଲ୍, ୱାଡ଼ରଙ୍କୁ ୱାକିଟକି ଓ ବଡ଼ି କ୍ୟାମେରା ଯୋଗାଇ ଦେବାର ବନ୍ଦୋବସ୍ତ କରାଯାଇଛି ବୋଲି ଶ୍ରୀ ଝା କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

2 × 3 =