ଟାର୍ଗେଟରେ ୨୦୦ ଆତଙ୍କବାଦୀ

ନୂଆଦିଲ୍ଲୀ (): ଜମ୍ମୁ-କାଶ୍ମୀରରେ ମେହବୁବା ମୁଫତି ସରକାରର ପତନ ପରେ ବର୍ତ୍ତମାନ ରାଜ୍ୟପାଳ ଶାସନ ଲାଗୁ ହୋଇଛି  । ରାଜ୍ୟପାଳ ଏନଏନ ବୋହରା ଆଜିଠାରୁ ରାଜ୍ୟର ପରିସ୍ଥିତି ସମ୍ଭାଳିବା ସହ ଏକ ବୈଠକ ମଧ୍ୟ ଡାକିଛନ୍ତି  । ଏହା ସହ ସେନା ଏବେ ରାଜ୍ୟରେ ନିଜର ଅପରେସନକୁ ଜୋରଦାର କରିବ ।

ମିଳିଥିବା ଖବର ଅନୁସାରେ, କେନ୍ଦ୍ର ସରକାର କାଶ୍ମୀର ଘାଟିରେ ଦୁଇ ପ୍ରକାର ଅପରେସନ ଆରମ୍ଭ କରିବେ । ଗୋଟିଏ ଅପରେସନରେ ଆତଙ୍କବାଦୀଙ୍କୁ ମୂଳପୋଛ କରାଯିବ ଏବଂ ଅନ୍ୟପଟେ ଆତଙ୍କୀଙ୍କୁ ସାହାଯ୍ୟ କରୁଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

କୁହାଯାଉଛି କି, ୨୦୦ରୁ ଅଧିକ ଆତଙ୍କବାଦୀ ଘାଟି ଅଂଚଳରେ ସକ୍ରିୟ ଅଛନ୍ତି ଏବଂ ସେଠାରେ ବାସ କରୁଥିବା ପ୍ରାୟ ୩୦୦୦ ସ୍ଥାନୀୟ ଲୋକ ତାଙ୍କୁ ସମର୍ଥନ କରୁଛନ୍ତି । ସେନା ଘାଟି ଅଂଚଳରେ ନିଜର ସର୍ଚ୍ଚ ଅପରେସନକୁ ବୃଦ୍ଧି କରିବା ସହ ଅଧିକ ଫୋର୍ସ ମଧ୍ୟ ମୁତୟନ କରିବ ।

ଅପରେସନ ନିମନ୍ତେ ଏବେଠାରୁ ସେଠାରେ ବିଭିନ୍ନ ସାଇବର ଏଜେନ୍ସି ନିଜର ଅଭିଯାନ ଆରମ୍ଭ କରିଦେଇଛନ୍ତି। ସାଇବର ସେଲ ଏବଂ ଅନ୍ୟ ସୁରକ୍ଷା ଏଜେନ୍ସି ମିଳିତ ଭାବେ ମିଶନକୁ ଆଗକୁ ନେବେ । ଅପରେସନ ସହ ସେନା ରାଜ୍ୟର ବିକାଶ ପାଇଁ ମଧ୍ୟ ପଦକ୍ଷେପ ନେବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ।

ଗୋଟିଏ ପଟେ ସେନା ଆତଙ୍କୀଙ୍କ ମୂଳୋତ୍ପାଟନ ନେଇ ଅଭିଯାନ ଆରମ୍ଭ କରିଥିବା ବେଳେ ଅନ୍ୟପଟେ ସେଠାରେ ଅନ୍ୟ ସରକାରୀ ଅଧିକାରୀମାନେ କିପରି ଭାବେ ସୂଚାର ରୂପେ କାମ କରି ପାରିବେ ତାହା ଉପରେ ମଧ୍ୟ ନଜର ରଖିବ  ।

ଜମ୍ମୁ-କଶ୍ମୀରରେ ମିଳିତ ସୁରକ୍ଷାବଳଙ୍କ ଅପରେଶନ ଅଲଆଉଟରେ ଗତ ୪୮ ଘଣ୍ଟା ମଧ୍ୟରେ ୭ ଆତଙ୍କବାଦୀ ନିହତ ହୋଇଛନ୍ତି । ଇତିମଧ୍ୟରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହୋଇଛି । ଫଳରେ ଆତଙ୍କବାଦୀ ବିରୋଧୀ ଅଭିଯାନରେ ମିଳିତ ସୁରକ୍ଷାବଳ ରାଜନୈତିକ ଚାପରୁ ମୁକ୍ତ ହୋଇ କେତେକ ସ୍ବତନ୍ତ୍ର ଅପରେଶନ ଆପଣେଇବାର ସମ୍ଭାବନା ରହିଛି । ମିଳିତ ସୁରକ୍ଷାବଳଙ୍କ ପକ୍ଷରୁ କିଛି ବଡ଼ ଧରଣର ଆକ୍ସନ ପ୍ଲାନ୍ କରାଯାଉଥିବା ମଧ୍ୟ କୁହାଯାଉଛି । ଗତ ୩ ବର୍ଷ ମଧ୍ୟରେ ଆତଙ୍କବାଦ ବିରୋଧୀ ଅଭିଯାନ ସମୟରେ ୪୭୯୯ ପଥର ମାଡ଼ ଘଟଣା ଘଟିଥିବାବେଳେ ଏଥିରେ ୧୨ ହଜାର ଯବାନ ଆହତ ହୋଇଛନ୍ତି । ସେହିପରି ସର୍ଚ୍ଚ ଅପରେଶନରେ ୫୯୧ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବାବେଳେ ୨୫୨ ଯବାନ ଶହୀଦ ହୋଇଥିବା ଭାରତୀୟ ସୁରକ୍ଷା ମୁଖପାତ୍ର ସୂଚିତ କରିଛନ୍ତି ।  ଶ୍ରୀନଗରର ପୁଲୱାମା ଜିଲ୍ଲାରେ ୩ ଜଣ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ଗୁଳି ବିନିମୟରେ ପ୍ରାଣ ହରାଇଛନ୍ତି । ଏଥିସହ ୫ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ଏହି ଗୁଳି ବିନିମୟ ମଙ୍ଗଳବାର ଆରମ୍ଭ ହୋଇ ବିଳମ୍ବିତ ରାତି ଯାଏଁ ଚାଲିଥିଲା । ପୋଲିସ ସୂଚନା ଅନୁସାରେ ଏହି ୩ ଜଣ ଆତଙ୍କବାଦୀ ତ୍ରାଲ ଅଂଚଳର ନାଜନିନପୋରା ଗାଁରେ ଲୁଚି ରହିଥିଲେ ।

ସେପଟେ ଔରଙ୍ଗଜେବଙ୍କ ପରିବାରକୁ ଭେଟିଲେ ପ୍ରତିରକ୍ଷା ମନ୍ତ୍ରୀ । ଆତଙ୍କବାଦୀଙ୍କ ଦ୍ବାରା ଅପହରଣ ଓ ହତ୍ୟାର ଶିକାର ହୋଇଥିବା ସେନା ଯବାନ ଔରଙ୍ଗଜେବଙ୍କ ପରିବାର ସଦସ୍ୟଙ୍କୁ ଆଜି ସାକ୍ଷାତ କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ । ଆଜି ଜାମ୍ମୁକାଶ୍ମୀରରେ ପହଂଚି ଔରଙ୍ଗଜେବଙ୍କ ପରିବାର ସଦସ୍ୟଙ୍କୁ ଭେଟି ଆଲୋଚନା କରିଛନ୍ତି ସୀତାରମଣ । ଅନେକ ସମୟ ଧରି ଔରଙ୍ଗଜେବଙ୍କ ବାପାଙ୍କ ସହ କଥାବାର୍ତା ହୋଇଥିଲେ ପ୍ରତିରକ୍ଷା ମନ୍ତ୍ରୀ ।

Share

Leave a Reply

Your email address will not be published. Required fields are marked *

one × 5 =