5 ରାଜ୍ୟରେ ବିଜେପିକୁ ଲାଗିବ ଶକ୍ତ ଧକ୍କା

ହାତରୁ ଖସିବ ରାଜସ୍ଥାନ, ମଧ୍ୟପ୍ରଦେଶ

ଛତିଶଗଡରେ କଂଗ୍ରେସ ସହ କଡା ମୁକାବିଲା

ଭୁବନେଶ୍ବର () କର୍ଣ୍ଣାଟକ ଉପନିର୍ବାଚନରେ ଝଟକା ପରେ 5ଟି ରାଜ୍ୟରେ ହେବାକୁ ନିର୍ବାଚନରେ ମଧ୍ୟ ବିଜେପିକୁ ଆଉ ଏକ ଧକ୍କା ଲାଗିବାକୁ ଯାଉଛି । ସି-ଭୋଟର ପକ୍ଷରୁ ହୋଇଥିବା ଜନମତ ସର୍ଭେରେ ଏହି ପାଞ୍ଚଟି ରାଜ୍ୟରେ ହେଉଥିବା ନିର୍ବାଚନରେ ବିଜେପିର ପ୍ରଦର୍ଶନ ନୈରାଶ୍ୟଜନକ ହେବ ବୋଲି ଆକଳନ କରାଯାଇଛି ।

ସି-ଭୋଟର ସର୍ଭେ ଆକଳନ ଅନୁଯାୟୀ ରାଜସ୍ଥାନରେ ବିଜେପି ପରାଜୟରୁ ଖାତା ଖୋଲିବାକୁ ଯାଉଛି । ରାଜସ୍ଥାନରେ ଦୃଢ ସରକାର ବିରୋଧୀ ଆହ୍ବାରେ ବିଜେପି ପରାଜୟ ସ୍ଥିତିରେ ଥିବା ବେଳେ ମଧ୍ୟପ୍ରଦେଶ ଏବଂ ତେଲେଙ୍ଗାନାର ଫଳାଫଳ 2019 ପୂର୍ବରୁ ରାହୁଲ ଗାନ୍ଧୀ ନେତୃତ୍ବାଧୀନ କଂଗ୍ରେସକୁ ମାନସିକ ଶକ୍ତି ଯୋଗାଇବ । ତେବେ ଏହି ସର୍ଭେରେ ତେଲେଙ୍ଗାନା ଓ ମିଜୋରାମରେ କାହାକୁ ସ୍ପଷ୍ଟ ବହୁମତ ମିଳିବ ସେନେଇ ଆକଳନ କରାଯାଇନି ।

ସର୍ଭେ ଫଳାଫଳ ଅନୁୟାୟୀ ରାଜ୍ୟସ୍ଥାନରେ ସରକାର ବିରୋଧୀ ଜନମତ ଯୋଗୁଁ କଂଗ୍ରେସ ବିପୁଳ ଭୋଟ ବ୍ୟବଧାନରେ ସରକାର ଗଢିବାକୁ ଯାଉଛି । କଂଗ୍ରେସ ରାଜସ୍ଥାନରେ 145ଟି ଆସନ ଦଖଲ କରିବ ଏବଂ ବସୁନ୍ଧରା ରାଜେଙ୍କ ସରକାର ମାତ୍ର 45ଟି ଆସନ ପାଇବ ବୋଲି ସି-ଭୋଟର ଆକଳନ କରିଛି ।

ମଧ୍ୟପ୍ରଦେଶରେ ସେହିପରି 15 ବର୍ଷ ପରେ ଦେଶର ସର୍ବପୂରାତନ ଦଳ କ୍ଷମତାକୁ ଫେରିବ ବୋଲି ଆକଳନ କରାଯାଉଛି । ଏଠି ବିଜେପି ବିଧାୟକଙ୍କ ସଂଖ୍ୟା ବର୍ତ୍ତମାନର 166ରୁ 107କୁ ହ୍ରାସ ପାଇବ ଏବଂ କଂଗ୍ରେସ 116 ଆସନ ଦଖଲ କରି ସାଧାରଣ ସଂଖ୍ୟାଗରିଷ୍ଠତା ହାସଲ କରିବ । ତେଲେଙ୍ଗାନାରେ ସେହିପରି ସର୍ଭେ କଂଗ୍ରେସ-ଟିଡିପି ମେଣ୍ଟକୁ 64ଟି ଆସନ ସହ ସଂଖ୍ୟା ଗରିଷ୍ଠତା ପାଇବ ବୋଲି ଆକଳନ କରିଛି ।

ତେବେ ମିଜୋରାମରେ ସର୍ଭେ କାହାକୁ ଏକକ ସଂଖ୍ୟା ଗରିଷ୍ଠତା ପ୍ରଦାନ କରିନି । ମିଜୋ ନ୍ୟାସନାଲ ଫ୍ରଣ୍ଟ 17ଟି ଆସନ ପାଇବ ବୋଲି ଆକଳନ କରାଯାଉଥିବା ବେଳେ କଂଗ୍ରେସ 12ଟି ଏବଂ ଜୋରାମ ପିପୁଲ୍ସ ମୁଭମେଣ୍ଟ 9ଟି ଆସନ ପାଇବ ।

ଛତିଶଗଡରେ କିନ୍ତୁ କଂଗ୍ରେସ ଓ ବିଜେପି ମଧ୍ୟ କଡା ମୁକାବିଲା ହେବ ବୋଲି ସର୍ଭେ ଆକଳନ କରିଛି । କଂଗ୍ରେସ ଛତିଶଗଡରେ 42.2 ପ୍ରତିଶତ ଭୋଟ ସହ 41ଟି ଆସନ ପାଇବ ବୋଲି ଆକଳନ କରାଯାଉଥିବା ବେଳେ ବିଜେପି 41.6 ପ୍ରତିଶତ ଭୋଟ ସହ 43ଟି ଆସନ ଦଖଲ କରିବ ବୋଲି ଆକଳନ କରାଯାଉଛି । ନଭେମ୍ବର 12ରୁ ଡିସେମ୍ବର 7 ମଧ୍ୟରେ ମିଜୋରାମ, ରାଜସ୍ଥାନା, ମଧ୍ୟପ୍ରଦେଶ, ଛତିଶଗଡ ଓ ତେଲେଙ୍ଗନାରେ ନିର୍ବାଚନ ଅନୁଷ୍ଠିତ ହେବ । ଡିସେମ୍ବର 11 ତାରିଖରେ ଭୋଟ ଗଣତି କରାଯିବ ।

Share

Leave a Reply

Your email address will not be published. Required fields are marked *

7 + 18 =