ଆଇଜିଏଚ ସୁପର ସ୍ପେଶାଲିଟି ହସ୍ପିଟାଲ ଲୋକାର୍ପିତ

ରାଉରକେଲା: ଆଇଜିଏଚ ସୁପର ସ୍ପେଶାଲିଟି ହସ୍ପିଟାଲର ଉଦଘାଟନ | ରାଉରକେଲା ଆଇଜିଏଚ ସୁପର ସ୍ପେଶାଲିଟି ହସ୍ପିଟାଲ ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ୨ଶହ ଶଯ୍ୟା ବିଶିଷ୍ଟ ଡ଼ାକ୍ତରଖାନା ଲୋକାର୍ପିତ ହୋଇଛି । ତେବେ ଏହି ଅବସରରେ ରାଷ୍ଟ୍ରପତି ସମ୍ବୋଧନ କରି କହିଛନ୍ତି, ସ୍ଥାନୀୟ ଭାଷାରେ ରାଉରକେଲାର ଅର୍ଥ ହେଉଛି ‘ଆପଣଙ୍କ ଗାଁ’ ।ରାଉର ଅର୍ଥ ଆପଣଙ୍କ ଏବଂ କେଲାର ଅର୍ଥ ଗାଁ | ମୁଁ ଆଜି ଆପଣଙ୍କ ଗାଁକୁ ଆସିଛି ହସ୍ପିଟାଲ ଉଦଘାଟନ ପାଇଁ , ରାଉରକେଲା ସୁପର ସ୍ପେଶିଆଲିଟି ହସ୍ପିଟାଲ ଉଦଘାଟନ କରି ମୁଁ ଗର୍ବିତ । ହସ୍ପିଟାଲ ଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷରେ ନିଯୁକ୍ତି ସୃଷ୍ଟି ହେବ ।

ସେହିଭଳି ରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି, ୬ ବର୍ଷ ପୂର୍ବରୁ ହସ୍ପିଟାଲ ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ମାତ୍ର ୨ ବର୍ଷ ମଧ୍ୟରେ ହସ୍ପିଟାଲ କାମ ଶେଷ ହୋଇଛି । ଏଥିପାଇଁ ମୋଟ ୩ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ସୁପର ସ୍ପେଶିଆଲିଟି ହସ୍ପିଟାଲର ସୁବିଧା କେବଳ ରାଉରକେଲା ବାସୀ ନୁହେଁ ଓଡିଶା ସହ ପଡୋଶୀ ରାଜ୍ୟ ଛତିଶଗଡ ଓ ଝାଡଖଣ୍ଡ ବି ଉପକୃତ ହେବ ।ଓଡିଶା ଭାରତକୁ ଅନେକ ହକି ଖେଳାଳି ଦେଇଛି । ଓଡିଶାର ଖେଳାଳିମାନେ ଭାରତକୁ ପ୍ରତିନିଧିତ୍ୱ କରୁଛନ୍ତି । ଓଡିଶା ପ୍ରଥମ ରାଜ୍ୟ ଭାବେ ଭାରତୀୟ ହକି ଟିମର ପ୍ରାୟୋଜକ ହୋଇଛି ବୋଲି କହିଛନ୍ତି ରାଷ୍ଟ୍ରପତି । ସେହିପରି କରୋନା ବିରୋଧୀ ଲଢେଇ କଥା ମଧ୍ୟ ମନେ ପକାଇଛନ୍ତି ରାଷ୍ଟ୍ରପତି । କରୋନା ମୁକାବିଲା ପାଇଁ ଭାରତ ସରକାର କମ ଦାମରେ ପଡୋଶୀ ଦେଶକୁ ଟିକା ଯୋଗାଇଛନ୍ତି ବୋଲି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ତେବେ ଏହି ଉଦଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଜୁଏଲ ଓରାମ ଓ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ପୂର୍ବରୁ ରାଉରକେଲା ଏନଆଇଟିର ୧୮ ତମ ସମାବର୍ତନ ଉତ୍ସବରେ ଯୋଗଦେଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆଜିର ସମାବର୍ତନ ଉତ୍ସବରେ ରାଉରକେଲା ଏନଆଇଟିର ମୋଟ୍ ୧୪୭୦ ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିଲା । ଏମାନଙ୍କ ମଧ୍ୟରେ ୭୫୩ ବିଟେକ୍ ସ୍ନାତକ, ୫୯୯ ଏମଟେକ୍, ୧୧୮ ଜଣ ପିଏଚଡି ଧାରୀ ରହିଛନ୍ତି । ବିଶେଷ ଉକ୍ରର୍ଷତା ପାଇଁ ୧୧ ଜଣଙ୍କୁ ଗୋଲଡ ମେଡାଲ ଓ ୭୦ ଜଣଙ୍କୁ ସିଲଭର ମେଡାଲ ପ୍ରଦାନ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

two + five =