ହାଇଦର ମୃତ

ବାଲେଶ୍ୱର: ଗ୍ୟାଙ୍ଗଷ୍ଟାର ହାଇଦର ମୃତ । ପୋଲିସ ଗୁଳିରେ ହାଇଦରର ମୃତ୍ୟୁ ହୋଇଥିବା ସୂଚନା । ସିମୂଳିଆ ନିକଟରେ ତାକୁ ଏନକାଉଣ୍ଟର କରାଯାଇଥିଲା । ବାରିପଦା ଜେଲକୁ ନିଆଯାଉଥିବା ବେଳେ ସେ ଖସି ଯିବାକୁ ଚେଷ୍ଟା କରୁଥିଲା । ପରିସ୍ରା ବାହାନାରେ ଖସିଯିବାକୁ ଚେଷ୍ଟା କରୁଥିବ ବେଳେ ତାକୁ ଏନକାଉଣ୍ଟର କରାଯାଇଥିଲା । ତାର ପେଟରେ ଗୁଳି ବାଜିଥିଲା । ଗୁରୁତର ଅବସ୍ଥାରେ ତାକୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅଫିସିଆଲ ଭାବରେ ଯଦିଓ ଏଯାବତ ଘୋଷଣା କରାଯାଇନାହିଁ ତଥାପି ହାଇଦରର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

12 + twelve =