ଭୁବନେଶ୍ୱର ବ୍ରାଉନ ସୁଗାର ଜବତ

ଭୁବନେଶ୍ୱର: ରାଜଧାନୀରେ ବଢ଼ୁଛି ନିଶା କାରବାର । କମିଶନରେଟ୍ ପୋଲିସ ଅଧିନରେ ନିଶା କାରବାର ଚାଲିଥିଲେ ସୁଦ୍ଧା ପୋଲିସ ଚୁପ ରହୁଥିବା ଅଭିଯୋଗ ହେଉଛି । ଭୁବନେଶ୍ୱରରେ ଦିନକୁ ଦିନ ଚୋରି, ଡକାୟତି ଓ ନିଶାଦ୍ରବ୍ୟ ଚୋରାଚାଲାଣ ବଢ଼ିବାରେ ଲାଗିଛି । କହିବାକୁ ଗଲେ ଅପରାଧର ପେଣ୍ଠସ୍ଥଳୀ ପାଲଟିଛି ଭୁବନେଶ୍ୱର । ଏହାରିମଧ୍ୟରେ ଭୁବନେଶ୍ବର ସ୍ଥିତ ଖଣ୍ଡଗିରି ତପୋବନ ବସ୍ତିରୁ ବ୍ରାଉନସୁଗାର ଜବତ ହୋଇଥିବା ସୂଚନା ମିଳିଛି । ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩୮ ଲକ୍ଷ ଟଙ୍କାର ହେବ ।

ବ୍ରାଉନସୁଗାର ସହ ୨ ଅଭିଯୁକ୍ତ ବେପାରୀ ଗିରଫ ହୋଇଛନ୍ତି । ଏହି ମାମଲାରେ ଗିରଫ କରାଯାଇଥିବା ବେପାରୀ କନ୍ଧମାଳର ଅରୁଣ ଦିଗଲ ଓ ଖୋର୍ଦ୍ଧାର ଦୀନବନ୍ଧୁ ମାଝୀ । ବ୍ରାଉନସୁଗାର ସହ ସେମାନଙ୍କ ଠାରୁ ୧.୪୮ ଲକ୍ଷ ଟଙ୍କା, ବାଇକ୍ ଓ ମୋବାଇଲ ଫୋନ୍ ଜବତ ମଧ୍ୟ ହୋଇଛି ।

Share

Leave a Reply

Your email address will not be published. Required fields are marked *

1 + 14 =