ସୌମ୍ୟ ବାପାଙ୍କ ଚାଞ୍ଚଲ୍ୟକର ବୟାନ

କଟକ: ପାରଳାଖେମୁଣ୍ଡ ଏସିଏଫ ସୌମ୍ୟଙ୍କ ମୃତ୍ୟୁ ରହସ୍ୟ ଉପରୁ ହଟୁନି ପରାଦା । ମୃତ୍ୟୁକୁ ୬ଦିନ ହୋଇଥିବାବେଳେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମନାକୁ ଆସୁଛି । ଏହାରି ଭିତରେ ସୌମ୍ୟଙ୍କ ବାପା ଆଜି ଡିଜପିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ତେବେ ଏହି ଦାବିପତ୍ରରେ ଉଲ୍ଲେ୍‌ଖ କରିଛନ୍ତି କି, ଏହି ଘଟଣାରେ ପାରଳାଖେମୁଣ୍ଡି ଆଇଆଇସିଙ୍କ ସମ୍ପୃକ୍ତି ରହିଛି । ମହିଳା ଆଇଆଇସି ଏହି ଘଟଣା ସହ ଜଡ଼ିତ ଥିବା ମଧ୍ୟ ସେ ଅଭିଯୋଗରେ ଦର୍ଶାଇଛନ୍ତି । ତେବେ ସମ୍ପୃକ୍ତ କହିଳା ଜଣକ ପାରଳାଖେମୁଣ୍ଡି ଅଞ୍ଚଳର ଏକ ଥାନାରେ ଆଇଆଇସି ରହିଛନ୍ତି । ଘଟଣାଦିନ ରାସ୍ତାରେ ଆମ୍ବୁଲାନ୍ସ ଅଟକାଇଥିବା ସେ କହିଛନ୍ତି । ପ୍ରାୟ ଘଣ୍ଟାଏ କାଳ ଆମ୍ବୁଲାନ୍ସ ଅଟକା ଯାଇଥିବା ଅଭିଯୋଗ ହୋଇଛି । ଚିକିତ୍ସା କରାଇବା ଲାଗି ବିଳମ୍ବ ହୋଇଥିବାରୁ ପୁଅର ମୃତ୍ୟୁ ହୋଇଥିବା ସେ ଦର୍ଶଇଛନ୍ତି । ସମ୍ପୃକ୍ତ ମହିଳାଙ୍କୁ ତଦନ୍ତ ପରିସର ଭିତରକୁ ଆଣିବାକୁ ସେ ଦାବି କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

three + 4 =