୭୨ ବର୍ଷରେ ପାଦଥାପିଲା ରାଜଧାନୀ

ଆଜି ରାଜଧାନୀ ଭୁବନେଶ୍ୱରର ୭୧ତମ ପ୍ରତିଷ୍ଠା ଦିବସ। ୧୯୪୮ ଏପ୍ରିଲ୍ ୧୩ରେ ପଣ୍ତିତ ଜବାହରଲାଲ ନେହରୁ ଏହାର ଶିଳାନ୍ୟାସ କରିଥିଲେ। ସେ ଦିନଟି ଥିଲା ପବିତ୍ର ବିଷୁବ ସ˚କ୍ରାନ୍ତି। ପ୍ରସିଦ୍ଧ ଜର୍ମାନ୍ ସ୍ଥପତି ଓଟୋ କୋନିଗ୍ସବର୍ଗ ରାଜଧାନୀ ଭୁବନେଶ୍ୱରର ନକ୍ସା ପ୍ରସ୍ତୁତ କରିଥିଲେ। ପ୍ରାଥମିକ ସ୍ତରରେ ୧୬.୪୮ ବର୍ଗ କିଲୋମିଟର ଅଞ୍ଚଳରେ ମାତ୍ର ଚାଳିଶ ହଜାର ଲୋକଙ୍କ ବସବାସ ଲାଗି ନୂଆ ରାଜଧାନୀର ନକ୍ସା ତିଆରି ହୋଇଥିଲା।

ମୋଟ ବସତି ଅଞ୍ଚଳକୁ ଛଅଟି ୟୁନିଟ୍ ଏବ˚ ପନ୍ଦର ଶହ କୋଠାବାଡ଼ି ନିର୍ମାଣ ପାଇଁ ଯୋଜନା କରାଯାଇଥିଲା। ସେଗୁଡ଼ିକ ମଧ୍ୟରେ ପ୍ରମୁଖ ଥିଲା ରାଜଭବନ, ମନ୍ତ୍ରୀ ଓ ବିଧାୟକଙ୍କ ପାଇଁ ବାସଭବନ, ବିଧାନସଭା ଗୃହ, ରାଜ୍ୟ ସଚିବାଳୟ, ବିଭାଗୀୟ ମୁଖ୍ୟ ଦପ୍ତର, ଡାକଘର, ଡାକ୍ତରଖାନା, ଏନ୍ଏସି କାର୍ୟ୍ୟାଳୟ, ପୁଲିସ୍ ଥାନା, ସରକାରୀ କର୍ମଚାରୀଙ୍କ ପାଇଁ କ୍ୱାର୍ଟର୍ସ ଇତ୍ୟାଦି। ଏ ସମସ୍ତ ଖର୍ଚ୍ଚ ପାଇଁ ପ୍ରାରମ୍ଭିକ ବ୍ୟୟ ଅଟକଳ ଥିଲା ୨ କୋଟି ୮୯ ଲକ୍ଷ ଟଙ୍କା। ୧୯୫୧ ଜନଗଣନା ଅନୁସାରେ ଭୁବନେଶ୍ୱରର ଲୋକସ˚ଖ୍ୟା ଥିଲା ୧୬,୫୧୨; ଏବେ ଦଶ ଲକ୍ଷ ଟପିଲାଣି।

Share

Leave a Reply

Your email address will not be published. Required fields are marked *

one × one =