ଇତିହାସ ସୃଷ୍ଟି କରିବ ଆସ୍କା : ନବୀନ

କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ କଡା ସମୋଲୋଚନା

ଭୁବନେଶ୍ବର () ମହିଳା ସ୍ବୟଂ ସହାୟକ ଗୋଷ୍ଠିର ଜଣେ ମହିଳାଙ୍କୁ ଲୋକସଭା ଓ ଚାରିଜଣ ମହିଳାଙ୍କୁ ବିଧାନସଭା ପଠାଇ ଇତିହାସ ସୃଷ୍ଟି କରିବ ଆସ୍କା । ଆଜି ଆସ୍କାରେ ଏକ ରୋଡ ସୋରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି ।

ଏଥିସହିତ ସେ କହିଥିଲେ ଯେ, କାଳିଆ ଯୋଜନା ବିଷୟରେ ସମସ୍ତେ ଜାଣନ୍ତି । ଏହା ଚାଷୀ ଭାଇଙ୍କ ଯୋଜନା । କାଳିଆ ଯୋଜନାରେ 40 ଲକ୍ଷ ଚାଷୀ ଉପକାର ପାଇଲେଣି । କିନ୍ତୁ କେନ୍ଦ୍ରର ବିଜେପି ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି । ମୁଁ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନାକୁ କେହି ବନ୍ଦ କରି ପାରିବେ ନାହିଁ । ବିଜୁ ଜନତା ଦଳ ସରକାର ଆସିବାର ପ୍ରଥମ ଦିନରେ ହିଁ ସବୁ ଚାଷୀଙ୍କୁ ଦୁଇଟି କିସ୍ତି ପାଇଁ 10 ହଜାର ଟଙ୍କା ମିଳିବ ବୋଲି ସେ କହିଥିଲେ ।

ଗଂଜାମ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଭୁମି, କବି ସୂର୍ଯ୍ୟଙ୍କ ଭୁମି । ଗଞ୍ଜାମ ଲୋକ ଶାନ୍ତି ପ୍ରିୟ । କିନ୍ତୁ ଦୁଃଖର କଥା ଗଂଜାମର ଶାନ୍ତିକୁ ନଷ୍ଟ କରିବା ପାଇଁ ବିଜେପି ଓ କଂଗ୍ରେସ ଚକ୍ରାନ୍ତ କରୁଛନ୍ତି । ତେଣୁ ବିଜେଡି ମା ମାନଙ୍କୁ ପ୍ରାର୍ଥୀ କରିଛି । ବିରୋଧୀ ଦଳ କିନ୍ତୁ ହତ୍ୟା ଭଳି ସଂଙ୍ଗିନ ଅପରାଧରେ ଜେଲରୁ ଜାମିନରେ ଆସିଥିବା ଲୋକଙ୍କୁ ପ୍ରାର୍ଥୀ କରିଛନ୍ତି । ତେବେ ସେ ଗଂଜାମରେ ଶାନ୍ତି ଭଙ୍ଗ ହେବାକୁ ଦେବେ ନାହିଁ ବୋଲି କହିଛନ୍ତି ।

ଆସ୍କା ଲୋକସଭା ବିଜୁ ବାବୁଙ୍କ ନିର୍ବାଚନମଣ୍ଡଳୀ । ଏହି ଆସ୍କାର ସାଂସଦ ଭାବେ ନବୀନ ତାଙ୍କ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ଏବେ ଏହି ଆସ୍କା ସାରା ବିଶ୍ବକୁ ଓ ସାରା ଭାରତକୁ ରାସ୍ତା ଦେଖାଇବ । ଭାରତ ଇତିହାସରେ ପ୍ରଥମ ଥର ପାଇଁ ଜଣେ ମହିଳା ସଂୟ ସହାୟକ ଗୋଷ୍ଠିର ମା ସାଂସଦକୁ ଯିବେ । ସାରା ଦେଶରେ ଆସ୍କା ଚାରିଜଣ ମହିଳାଙ୍କୁ ବି ବିଧାନସଭାକୁ ପଠାଇବ । ଆସ୍କାବାସୀ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି । ତେଣୁ ମୋର ବିଶ୍ବାସ ଓ ଅନୁରୋଧ ଆପଣ ରେକର୍ଡ ମାର୍ଜିନରେ ଲୋକସଭା ଏବଂ 7ଟି ବିଧାନସଭା ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଜିତାଇବାକୁ ନବୀନ ଆହ୍ବାନ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

two − one =