୬ରେ ଗଜପତି ବନ୍ଦ

ଭୁବନେଶ୍ୱର: ମହାଲିଙ୍ଗ ମିଷ୍ଟ୍ରିକୁ ନେଇ ରାଜ୍ୟରେ ଚାଲିଛି ବିକ୍ଷୋଭ । ମମିତା ମେହେରଙ୍କ ହତ୍ୟାରେ ମନ୍ତ୍ରୀଙ୍କ ସମ୍ପୃକ୍ତିକୁ ନେଇ ସାରା ରାଜ୍ୟରେ ବିରୋଧୀମାନେ ସ୍ୱର ଉଠାଇଛନ୍ତି । ମମିତାଙ୍କୁ ନ୍ୟାୟ ଦେବା ସହ ମନ୍ତ୍ରୀଙ୍କ ଇସ୍ତଫା ଲାଗି ଅଡ଼ି ବସିଛନ୍ତି ବିରୋଧୀ । ଘନଘନ ପ୍ରେସମିଟ୍ କରିବା ସହ ବନ୍ଦ ଡାକରା ଦେଉଛନ୍ତି । ଏହାରିଭିତରେ ଆସନ୍ତା ୬ ତାରିଖରେ ୧୨ ଘଣ୍ଟିଆ ଗଜପତି ବନ୍ଦ ଡାକରା ନେଇଛି ବିଜେପି । ସକାଳ ୬ଟାରୁ ସନ୍ଧ୍ୟା ୬ ଟା ପର୍ୟ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି। ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି,ମମିତା ମେହେର ହତ୍ୟାକାଣ୍ଡରେ ମନ୍ତ୍ରୀଙ୍କ ସଂପୃକ୍ତି ରହିଛି। ହେଲେ ସରକାର ତାଙ୍କୁ ଘଣ୍ଟ ଘୁଡ଼ାଉଛନ୍ତି। ଏହାର ପ୍ରତିବାଦରେ ଆସନ୍ତା ୬ତାରିଖରେ ଗଜପତି ଜିଲ୍ଲା ଡାକରା ଦେଇଛୁ। ଏହି ବନ୍ଦକୁ ସଫଳ କରିବାକୁ ସମସ୍ତେ ସହଯୋଗ କରିବାକୁ ବିଧାୟକ ନିବେଦନ କରିଛନ୍ତି।

Share

Leave a Reply

Your email address will not be published. Required fields are marked *

17 − ten =