ପ୍ରଥମେ ମରୁଡି, ତାପରେ ବନ୍ୟା

ଭୁବନେଶ୍ବର () ଜୁନ ଓ ଜୁଲାଇ ମାସରେ ହୋଇଥିବା ନିଅଣ୍ଟିଆ ବର୍ଷା ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଭରଣା ହୋଇଗଲା । ଏହାର ଫଳସ୍ବରୂପ ଜୁନରୁ ସେପ୍ଟେମ୍ବର ମଧ୍ୟରେ ରାଜ୍ୟରେ ସାମଗ୍ରିକ ଭାବେ 9.9 ପ୍ରତିଶତ ଅତିରିକ୍ତ ବର୍ଷା ହୋଇଥିବା ରେକର୍ଡ ହୋଇଛି । ଜୁନ ଓ ଜୁଲାଇ ମାସରେ ଯଥାକ୍ରମେ 31. 5 ଓ 9 ପ୍ରତିଶତ କମ ବର୍ଷା ହୋଇଥିଲା । କିନ୍ତୁ ଅଗଷ୍ଟ ମାସରେ 24.5 ଓ ସେପ୍ଟେମ୍ବର ମାସରେ 53.7 ବଳକା ବର୍ଷା ହୋଇ ପୂର୍ବ ନିଅଣ୍ଟକୁ ଭରଣା କରିଦେଇଛି ।

ଚଳିତ ବର୍ଷ ଦକ୍ଷିଣ-ପୂର୍ବ ମୌସୁମୀ ବାୟୁ ଓଡିଶାକୁ ବିଳମ୍ବରେ ପ୍ରବେଶ କରିଥିଲା । ସାଧାରଣ ଭାବେ ଜୁନ ଦ୍ବିତୀୟ ସପ୍ତାହରେ ନୁହେଁ, ଏଥର ଜୁନ 21 ତାରିଖରେ ମୌସୁମୀ ଓଡିସା ଛୁଇଁଥିଲା । ପ୍ରଥମେ ଏହା 16ଟି ଉପକୂଳ ଜିଲ୍ଲା, ସମସ୍ତ ଦକ୍ଷିଣ ଓଡିଶା ଓ ଅନ୍ୟ ଜିଲ୍ଲାଗୁଡିକୁ ଆଂଶିକ ଭାବେ ଛୁଇଁଥିଲା । 22 ତରିଖରେ ଏହା ସମଗ୍ର ଓଡିଶାକୁ ଚୁଇଁଥିଲା । କିନ୍ତୁ ଜୁନ ଶେଷ ଏବଂ ଜୁଲାଇ ତୃତୀୟ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ପର୍ଯ୍ୟାପ୍ତ ହୋଇଥିଲା । ଏହାଦ୍ବାରା ରାଜ୍ୟରେ କୃଷି କାର୍ଯ୍ୟ ବିଶେଷ ଭାବେ ପ୍ରଭାବିତ ହୋଇଥିଲା ।

ତେବେ ଜୁଲାଇ ଶେଷ ସପ୍ତାହରୁ ନିୟମିତ ବର୍ଷା ଆରମ୍ଭ ହୋଇଥିଲା ଏବଂ ତାହା ଅଗଷ୍ଟ ଓ ସେପ୍ଟେମ୍ବରରେ ଜାରି ରହିଥିଲା । ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ବିଶେଷ କରି ଦକ୍ଷିଣ ଓ ପଶ୍ଚିମ ଓଡିଶାରେ ବନ୍ୟା ଓ ଜଳବନ୍ଦି ପରିସ୍ଥିତି ସୃଷ୍ଟି ହୋଇଥିଲା । ଜୁଲାଇ ଶେଷ ସପ୍ତାହରୁ ତିନୋଟି ପର୍ଯ୍ୟାୟରେ ରାଜ୍ୟରେ ଭଲ ବର୍ଷା ହୋଇଥିଲା । ତୃତୀୟ ପର୍ଯ୍ୟାୟରେ ମହାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ବଲାଙ୍ଗିର ସହରରେ ଅଗଷ୍ଟ 13 ତାରିଖ ଗୋଟିଏ ଦିନରେ ରେକର୍ଡ 555 ମିଲିମିଟର ବର୍ଷା ହୋଇଥିଲା ।

ଜିଲ୍ଲା ହାରରେ ମାଲକାନଗିରିରେ ସର୍ବାଧିକ 1888.6 ମିମି ବର୍ଷା ରେକର୍ଡ ହୋଇଥିଲା ବେଳେ ଗଜପତି ଜିଲ୍ଲାରେ ସର୍ବନିମ୍ନ 945.8 ମିମି ବର୍ଷା ହୋଇଥିଲା । କୋରାପଟୁ, କଳାହାଣ୍ଡି, ଝାରସୁଗୁଡା, ପୁରୀ, ମାଲକାନଗିରି, ବଲାଙ୍ଗିର, ଗଂଜାମ, କନ୍ଧମାଳ, ସୋନପୁର ଓ କଟକ ଜିଲ୍ଲାରେ ଜୁନରୁ ସେପ୍ଟେମ୍ବର ମଧ୍ୟରେ ହାରାହାରି 19 ପ୍ରତିଶତ ଅଧିକ ବର୍ଷା ହୋଇଛି । ବରଗଡ, ଖୋର୍ଦ୍ଧା, ନୟାଗଡ, ନବରଙ୍ଗପୁର, ରାୟଗଡା, ଜଗତସିଂହପୁର, ଗଜପତି, ଯାଜପୁର, ସମ୍ବଲପୁର, ଭଦ୍ରକ, କେନ୍ଦ୍ରାପଡା, ଢେଙ୍କାନାଳ, ନୂଆପଡା, ବୌଦ୍ଧ, ବାଲେଶ୍ବର, କେନ୍ଦୁଝର, ସୁନ୍ଦରଗଡ, ମୟୁରଭଂଜ ଓ ଅନୁଗୁଳ ଏହି 19ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି । ତେବେ ଦେବଗଡ ଜିଲ୍ଲାର 19ରୁ 39 ପ୍ରତିଶତ ପର୍ଯ୍ୟନ୍ତ କମ ବର୍ଷା ହୋଇଛି ।

Share

Leave a Reply

Your email address will not be published. Required fields are marked *

17 − one =