ଯୁବକଙ୍କୁ ମାନସିକ ଚିକିତ୍ସା ଆବଶ୍ୟକ

ଭୁବନେଶ୍ୱର() ବିଧାନସଭା ଗେଟ ସମ୍ମୁଖରେ ହାଇଡ୍ରାମା । ମା’ ବେକରେ ଛୁରି ଲଗାଇ ଆତ୍ମହତ୍ୟାର ଧମକ ଦେଇଥିଲା ପୁଅ । ଉତ୍ତେଜନା ପରେ ଉଭୟ ମା ଓ ପୁଅକୁ ଉଠାଇ ନେଇଛି ପୋଲିସ । ଘରୋଇ କଳହ ପରେ ଛୁରି ଲଗାଇ ଆତ୍ମହତ୍ୟା ଧମକ ଦେଇଥିବା ସୂଚନା ମିଳିଛି ।

ବିଧାନସଭା ସମ୍ମୁଖରେ ଯୁବକଙ୍କ ଉନ୍ମତ୍ତକାଣ୍ଡ ନେଇ ଡିସିପି  ଉମାଶଙ୍କର ଦାସ ନିଜର ପ୍ରତିକ୍ରିିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ‘ସୁରକ୍ଷା ବ୍ୟବସ୍ଥାରେ କୌଣସି ତ୍ରୁଟି ହୋଇନାହିଁ । ଯେଉଁ କର୍ମଚାରୀ କାବୁ କରିଛନ୍ତି, ତାଙ୍କୁ ପ୍ରୋତ୍ସାହିତ କରାଯିବ । ଯୁବକଙ୍କ ମାନସିକ ଚିକିତ୍ସାର ଆବଶ୍ୟକ ରହିଛି । ଏନେଇ ଯୁବକଙ୍କୁ ମାନସିକ ଚିକିତ୍ସା ପାଇଁ କଟକ ବଡ ମେଡିକାଲ ପଠାଯିବ ।’

Share

Leave a Reply

Your email address will not be published. Required fields are marked *

1 × 4 =