ଆଜି ୨୬୭୩ ପଜିଟିଭ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର() ଆଜି ରାଜ୍ୟରେ ୩୦ଟି ଜିଲ୍ଲାରୁ ରେକର୍ଡ ସଂଖ୍ୟାକ ୨୬୭୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୫୫୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୧୧୯ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୩୮ ହଜାର ୦୦୩ କୁ ବୃଦ୍ଧି କରିଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସଂପୃକ୍ତ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୪୪୮ ଜଣ, କଟକରୁ ୨୧୪ ଜଣ,ନୂଆପଡ଼ାରୁ ୧୫୯ ଜଣ, କେନ୍ଦ୍ରାପଡ଼ାରୁ ୧୫୧ ଜଣ, ଅନୁଗୁଳରୁ ୧୨୬ ଜଣ, ପୁରୀରୁ ୧୨୪ ଜଣ,ମୟୂରଭଞ୍ଜରୁ ୧୦୦ ଜଣ, ଭଦ୍ରକରୁ ୯୭ ଜଣ, ବଲାଙ୍ଗୀରରୁ ୯୩ ଜଣ,ଯାଜପୁର ଓ ସୁନ୍ଦରଗଡ଼ରୁ ୮୮ ଜଣ ଲେଖାଏଁ, କଳାହାଣ୍ଡିରୁ ୭୭ ଜଣ,ସମ୍ବଲପୁରରୁ ୭୩ ଜଣ, ନବରଙ୍ଗପୁରରୁ ୭୨ ଜଣ, ସୋନପୁରରୁ ୬୯ ଜଣ, ବରଗଡ଼, ଜଗତସିଂହପୁର ଓ ଝାରସୁଗୁଡା ୬୮ ଜଣ ଲେଖାଏଁ,କେନ୍ଦୁଝରରୁ ୫୧ ଜଣ, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରୁ ୪୪ ଜଣ ଲେଖାଏଁ, କୋରାପୁଟରୁ ୩୯ ଜଣ, ଢ଼େଙ୍କାନାଳରୁ ୩୬ ଜଣ,ନୟାଗଡ଼ରୁ ୩୫ ଜଣ, ମାଲକାନଗିରିରୁ ୩୨ ଜଣ, ଦେବଗଡ଼ରୁ ୧୮ ଜଣ, ବୌଦ୍ଧରୁ ୧୩ ଜଣ, ରାୟଗଡ଼ାରୁ ୧୧ ଜଣ ଗଜପତିରୁ ୧୧ ଜଣ ଏବଂ ଷ୍ଟେଟ୍ ପୋଲ୍‌ରୁ ୮୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Share

Leave a Reply

Your email address will not be published. Required fields are marked *

three × two =