ଆଜି ପୁଣି ବସିବ ଯୁକ୍ତ ୨ ମୂଲ୍ୟାଙ୍କନ ଲାଗି ବୈଠକ

ଭୁବନେଶ୍ୱର: କରୋନା ମହାମାରୀ ପାଇଁ ଯୁକ୍ତ ୨ ପରୀକ୍ଷା ବାତିଲ ହୋଇଥିବା ବେଳେ ମୂଲ୍ୟାୟନ ପ୍ରକ୍ରିୟା ପାଇଁ ପ୍ରସ୍ତୁତ ହୋଇପାରୁନି ମାପଦଣ୍ଡ। ତିନି ତିନି ଥର ବୈଠକ ବସିଥିଲେ ମଧ୍ୟ ମୂଲ୍ୟାୟନ ନେଇ ନିଷ୍କର୍ସ ବାହାରିପାରୁନି। ଆଜି ମଧ୍ୟ ମାନସମନ୍ଥନ ହେବାର ଅଛି ବୋଲି ଜଣାପଡ଼ିଛି। ବୁଧବାର ବିଶେଷଜ୍ଞ କମିଟିର ତୃତୀୟ ବୈଠକ ବସିଥିଲା। ବିଜ୍ଞପ୍ତି ପ୍ରକାଶ ପାଇବାର ୧୦ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ୧୪ ଜଣିଆ ବିଶେଷଜ୍ଞ କମିଟିକୁ ପରିଷଦ ପକ୍ଷରୁ କୁହାଯାଇଥିଲା।

ବୁଧବାର ଅନୁଷ୍ଠିତ ହୋଇଥିବା ବୈଠକରେ ମାର୍କିଂକୁ ନେଇ କିଛି ସମସ୍ୟା ସୃଷ୍ଟି ହୋଇଥିବାରୁ ବୈଠକକୁ ପୁଣି ଥରେ ସ୍ଥଗିତ କରିବାକୁ ପଡ଼ିଲା । ତେବେ ଦଶମ ମାର୍କକୁ ମାନଦଣ୍ଡ ଭାବେ ଗ୍ରହଣକରି ପିଲାଙ୍କୁ ସାର୍ଟିଫିକେଟ୍ ଦେବାକୁ ବୈଠକରେ ମତ ପ୍ରକାଶ ପାଇଥିବା ବେଳେ ପ୍ରାକ୍ଟିକାଲ ମାର୍କକୁ ନେଇ ହିସାବ ହୋଇପାରୁନି । ଆଜିର ବୈଠକରେ ଯେଉଁ ନିସ୍କର୍ଷ ବାହାରିବ ତାହାର ରିପୋର୍ଟ ସିଏଚ୍‌ଏସ୍‌ଇକୁ ପ୍ରଦାନ କରାଯିବ । ରିପୋର୍ଟ ଯୁକ୍ତ ଦୁଇ ପରିଷଦକୁ ହସ୍ତାନ୍ତର ହେବା ପରେ ଯେଉଁ ନିଷ୍କର୍ସ ସମ୍ପର୍କରେ ଉଲ୍ଲେଖ କରାଯାଇଥିବ ସେଥିରେ ପରିବର୍ତ୍ତନ କିମ୍ବା ଅନ୍ୟ କିଛି ନିୟମକୁ ରଖାଯିବ ।

Share

Leave a Reply

Your email address will not be published. Required fields are marked *

4 × 3 =