ରାଜଧାନୀରୁ ୧୪ ଚିହ୍ନଟ, ୧୦ ଲୋକାଲ କେସ

ଭୁବନେଶ୍ୱର() ରାଜଧାନୀ ଭୁବନେଶ୍ୱରରୁ ଆଜି ୧୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୪ପଜିଟିଭଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୪ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୦ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ୨୯ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି ।

ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୧୦ଜଣଙ୍କ ମଧ୍ୟରୁ ଜଣେ କାନନ ବିହାରର ୭୫ବର୍ଷୀୟ ବୃଦ୍ଧା, ବମିଖାଲରୁ ୪୦ବର୍ଷୀୟ ପୁରୁଷ, ନୟାପଲ୍ଲୀରୁ ୩୦ବର୍ଷୀୟ ଯୁବକ, ଆଇଆରସି ଭିଲେଜରୁ ୫୬ବର୍ଷୀୟ ପୁରୁଷ, ଗଙ୍ଗାନଗରରୁ ୪୪ବର୍ଷୀୟ ମହିଳା, ୟୁନିଟ ୮ରୁ ୬୦ବର୍ଷୀୟ ବୃଦ୍ଧ, ୟୁନିଟ ୬ରୁ ବର୍ଷକର କନ୍ୟା ଶିଶୁ, ୟୁନିଟ ୯ରୁ ୩୨ବର୍ଷୀୟ ପୁରୁଷ, ପାତ୍ରପଡ଼ାରୁ ୨୪ବର୍ଷୀୟ ଯୁବତୀ ଓ ଏକ ଘରୋଇ ହସ୍ପିଟାଲରୁ ୨୪ବର୍ଷୀୟ ଯୁବତୀ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ରାଜଧାନୀ ଭୁବନେଶ୍ୱର ୭୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୫୬ଜଣ ସୁସ୍ଥ ହୋଇଛନ୍ତି ଓ ୮ଜଣଙ୍କ ମୃତ୍ୟୁ ହୋଇଛି । ଏବେ ବିଭିନ୍ନ ହସ୍ପିଟାଲରେ ୩୫୩ଜଣ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ।

Share

Leave a Reply

Your email address will not be published. Required fields are marked *

2 × 5 =