ହୋମ୍ ଆଇସୋଲେସନରେ ରହିପାରିବେ କରୋନା ପଜିଟିଭ

ଭୁବନେଶ୍ୱର() ଏଣିକି ସହରରେ ଲକ୍ଷଣହୀନ କରୋନା ଆକ୍ରାନ୍ତଙ୍କୁ ହୋମ୍ ଆଇସୋଲେସନରେ ରହିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଆଜି ଏନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂୂଚାନା ଦେଇଛନ୍ତି । ସେ କହିଛନ୍ତି ଯେ, ଏଥି ଲାଗି ଯେଉଁ ଖର୍ଚ୍ଚ ହେବ ତାହା ସରକାର ବହନ କରିବେ । ୪  ମାସ ହେଲାଣି ସଂଗ୍ରାମ ଜାରି ରହିଛି । ଦିନକୁ ଦିନ କରୋନା ଭୟଙ୍କର ହେଉଥିବାରୁ ଆମ ଷ୍ଟ୍ରାଟେଜିରେ ପରିବର୍ତ୍ତନ ଆଣୁଛୁ । ଦେଶରେ ରେକର୍ଡ ସଂଖ୍ୟକ ୨୮ ହଜାର ସଂକ୍ରମିତ ଦୈନିକ ଚିହ୍ନଟ ହେଉଛନ୍ତି । ୮.୮୦ ଲୋକ ଦେଶରେ କରୋନା ସଂକ୍ରମିତ ହୋଇଛନ୍ତି । ଏଥିରେ ୨୩ ହଜାର ୨୦୦ ଜଣଙ୍କ ମୃତ୍ୟୁ ହେଲାଣି । ଦେଶ ଅପେକ୍ଷା ରାଜ୍ୟର ସ୍ଥିତି ଅନେକ ମାତ୍ରାରେ ଭଲ ରହିଛି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୩, ୭୩୭ ରହିଛି । ୮,୭୫୦ ଜଣ ସୁସ୍ଥ ହୋଇଛନ୍ତି । ଅର୍ଥାତ୍ ରାଜ୍ୟରେ ୬୪ ପ୍ରତିଶତ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୃତ୍ୟୁ ହାର୍ ଦେଶରେ ସବୁଠୁ କମ୍ । ଓଡ଼ିଶାରେ ମୃତ୍ୟୁହାର ୦.୪୮ ପ୍ରତିଶତ ରହିଛି ।

ବିଦେଶ ଓ ଦେଶର ସ୍ଥିତି ଦେଖି ମୁକାବିଲା ରଣନୀତିରେ ପରିବର୍ତ୍ତନ ଜରୁରୀ । ୮୦ ପ୍ରତିଶତ ଆକ୍ରାନ୍ତଙ୍କ ଠାରେ କରୋନାର ଲକ୍ଷଣ ନାହିଁ । ଏମାନଙ୍କୁ ଆଇସୋଲେସନ୍ ଓ କେୟାର ଦରକାର । ଅନେକ ଲୋକ ଲକ୍ଷଣକୁ ଲୁଚାଉଛନ୍ତି । ଲକ୍ଷଣହୀନ କରୋନା ଆକ୍ରାନ୍ତଙ୍କୁ ହୋମ୍ ଆଇସୋଲେସନରେ ରହିବାକୁ ସର୍ତ୍ତମୂଳକ ଅନୁମତି ଦିଆଯିବ । ସମସ୍ତ ପୌରାଞ୍ଚଳ ସମେତ ବ୍ଲକ ହେଡ କ୍ୱାର୍ଟରରେ ହୋମ୍ ଆଇସୋଲେସନରେ ରହି ହେବ ।

ତେବେ, ଏଚଆଇଭି ଆକ୍ରାନ୍ତ, କ୍ୟାନସର ଆକ୍ରାନ୍ତ, ବୃଦ୍ଧ ଏକାଧିକ ରୋଗରେ ଆକ୍ରାନ୍ତ ହୋମ୍ ଆଇସୋଲେସନରେ ରହିପାରିବେ ନାହିଁ । ହୋମ୍ ଆଇସୋଲେସନ୍ ପାଇଁ ସରକାରଙ୍କୁ ଅଣ୍ଡରଟେକିଂ ଦେବାକୁ ପଡ଼ିବ । କରୋନା ଆକ୍ରାନ୍ତଙ୍କ ଚିକିତ୍ସା ରାଜ୍ୟରେ ମାଗଣାରେ କରାଯାଉଛି । ଯଦି, କୌଣସି ସଂସ୍ଥା କୋଭିଡ୍ ଆକ୍ରାନ୍ତଙ୍କୁ ରଖିବ କିନ୍ତୁ ଆର୍ଥିକ ସହାୟତା ଦେଇପାରିବ ନାହିଁ । ରାଜ୍ୟ ସରକାର ସମସ୍ତ ପ୍ରକାର ଆର୍ଥିକ ସହାୟତା ଯୋଗାଇ ଦେବେ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ କହିଛନ୍ତି । ସେମାନଙ୍କୁ ମଧ୍ୟ ସରକାରଙ୍କ ପକ୍ଷରୁ ଟ୍ରେନିଂ ଯୋଗାଇ ଦିଆଯିବ ।

ଏବେ ଆମ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି । ଆଗୁଆ ପ୍ଲାନିଂ ଯୋଗୁଁ ରାଜ୍ୟରେ ଭଲ ଭିତ୍ତିଭୂମି ରହିଛି । କୋଭିଡ୍ କେୟାର ସେଣ୍ଟରରେ ବେସିକ୍ ହେଲଥ ଫ୍ୟାସିଲିଟି ରହିଛି । ସେକ୍ଟର ମେଡିକାଲ ଅଫିସର, ସୁପର ଭାଇଜର ସହ ୫ ଜଣ ଏନଏମ ଅଛନ୍ତି । ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଏଭଳି ୨୦ ହଜାର ୨୩ଟି ବେଡ୍ ରହିଛି । କୋଭିଡ୍ ହସ୍ପିଟାଲ ଓ କୋଭିଡ୍ ହେଲଥ ସେଣ୍ଟର ହେଉଛି ହସ୍ପିଟାଲ । ଏଥିରେ ୫ ହଜାର ୪୩୨ଟି ବେଡ୍ ରହିଛି । ସେଥିରୁ ୨ ହଜାର ୫୪ ବେଡରେ ଆକ୍ରାନ୍ତ ଅଛନ୍ତି । ଏବଂ ଆଜି ଯାଏଁ ୧୧୬ ଜଣ ଭେଣ୍ଟିଲେଟର ସର୍ପୋଟରେ ଯାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

eight − 6 =