Latestରାଜ୍ୟ

ଗଙ୍ଗା ନଦୀରେ ବୁଡିଗଲା ଡଙ୍ଗା, ୫ ମୃତ

ଭାଗଲପୁର() ଗଙ୍ଗାନଦୀରେ ଯାତ୍ରୀମାନଙ୍କୁ ନେଉ ଯାଉଥିବାବେଳେ ଓଲଟିଲା ଡଙ୍ଗା । ଏହି ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ନାୱଗଛିୟାର ଗୋପାଳପୁର ତୀନଟଙ୍ଗା ଜାହାଜ ଘାଟ ନିକଟରେ ଘଟିଛି ଏହି ଦୁର୍ଘଟଣା । ସୂଚନା ମୁତାବକ, ଡଙ୍ଗାରେ ୫୦ରୁ ଅଧିକ ଯାତ୍ରୀ ଥିଲେ । ସ୍ଥାନୀୟ ଲୋକଙ୍କ ସହାୟତରେ ୩୦ ଲୋକଙ୍କୁ ଉଦ୍ଧାର କରାଯାଇଛି । ବର୍ତ୍ତମାନ ସୁଦ୍ଧା ୧୫ରୁ ୨୦ ଜଣଙ୍କର ପତ୍ତା ମିଳୁନାହିଁ । ସ୍ଥାନୀୟ ସାମୁଦ୍ରିକ ଯାତ୍ର୍ରୀଙ୍କ ସହାୟତରେ ନିଖୋଜ ଲୋକଙ୍କ ସନ୍ଧାନ କାର୍ଯ୍ୟ ଜାରୀ ରହିଛି ।

କୁହାଯାଉଛି ଯେ, ଶ୍ରମିକ ଓ କୃଷକମାନେ ଏକ ଘରୋଇ ଡଙ୍ଗାରେ ବସି ମକା ବୁଣିବା ପାଇଁ ଯାଉଥିଲେ । ଅଧିକ ଯାତ୍ରୀ ଥିବାରୁ ଡଙ୍ଗାଟି ବୁଡିଯାଇଥିବା ଆଶଙ୍କା କରାଯାଉଛି ।

Share

Leave a Reply

Your email address will not be published. Required fields are marked *

three × 5 =