ଆଜି ବସୁଛି ପ୍ରଦେଶ କଂଗ୍ରେସ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

କିଏ ହେବେ କଂଗ୍ରେସ ପ୍ରାର୍ଥୀ? ଆଜି ବସୁଛି କଂଗ୍ରେସ ନିର୍ବାଚନ କମିଟି (ପିଇସି) ବୈଠକ। ବୈଠକରେ ବିଭିନ୍ନ ଲୋକସଭା ଓ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜୟ ସମ୍ବାବନା ଥିବା ପ୍ରାର୍ଥୀଙ୍କ ବିଷୟରେ ଆଲୋଚନା ହେବ । ଆଲୋଚନା ପରେ ଏଆଇସିସି ନିକଟକୁ ପଠାଯିବ ଚୁଡାନ୍ତ ପ୍ରାର୍ଥୀ ତାଲିକା। ସେଠାରେ କେନ୍ଦ୍ରୀୟ ନିର୍ବାଚନ କମିଟିରେ ଆଲୋଚନା ହେବା ପରେ ରାହୁଲ ଗାନ୍ଧୀଙ୍କ ନିକଟକୁ ପଠାଯିବ । ରାହୁଲଙ୍କ ମୋହର ବାଜିବା ପରେ ହିଁ ଟିକେଟ ଘୋଷଣା କରାଯିବ । ଅନ୍ୟପଟେ ବାମଦଳ ଜେଏମ୍ଏମ୍ ସହ ମେଣ୍ଟ ନେଇ ଆଲୋଚନା ହୋଇପାରିନାହିଁ । ବୈଠକରେ ପିସିସି ସଭାପତିଙ୍କ ସମେତ ଏଆଇସିସି ପ୍ରଭାରୀ ଜିତେନ୍ଦ୍ର ସିଂ, କାର୍ୟ୍ୟକାରୀ ସଭାପତି ପ୍ରଦୀପ ମାଝିଙ୍କ ସହ ଦଳର ବହୁ କର୍ମକର୍ତ୍ତା ଯୋଗଦେବେ।

Share

Leave a Reply

Your email address will not be published. Required fields are marked *

two + 11 =