ସମଲେଶ୍ୱରୀ ମନ୍ଦିରର ଲାଇଟ୍ ଆଣ୍ଡ ସାଉଣ୍ଡ ସିଷ୍ଟମର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର: ଆଜି ହେଉଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଅାଁଖାଇ । ସମ୍ବଲପୁରର ଅଧିÂାତ୍ରୀ ଦେବୀ ମା ସମଲେଇଙ୍କ ପୀଠରେ ପାଳିତ ହୋଇଛି ନୂଅାଁଖାଇ । ତେବେ ଆଜିର ଏହି ପବିତ୍ର ଦିନରେ ମା’ ସମଲେଶ୍ୱରୀ ମନ୍ଦିରର ଲାଇଟ୍ ଆଣ୍ଡ ସାଉଣ୍ଡ ସିଷ୍ଟମର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂରେ ଉଦଘାଟନ କରିବା ପରେ ଆରମ୍ଭ ହୋଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି- ନୂଆଁଖାଇ କେବଳ ପର୍ବ ନୁହେଁ, ଏହା ଆମର ପରିଚୟ । ପଶ୍ଚିମ ଓଡ଼ିଶାର କଳା, ସାହିତ୍ୟର ପ୍ରାଣ କେନ୍ଦ୍ର ହେଉଛି ସମ୍ବଲପୁର । ସମ୍ବଲପୁରୀ ଭାଷାରେ ମିଠା ଭରି ରହିଛି । ସମ୍ବଲପୁରୀ ନୃତ୍ୟ ଅତି ମନଛୁଆଁ । ସମ୍ବଲପୁରୀ ଓଡ଼ିଶା ନୁହେଁ ସାରା ଦେଶରେ ପ୍ରସିଦ୍ଧ । ମାଆ ସମଲେଶ୍ୱରୀ ପୀଠରେ ଲାଇଟ୍ ଆଣ୍ଡ ସାଉଣ୍ଡ ସିଷ୍ଟମ ଦ୍ୱାରା ପର୍ୟ୍ୟଟକ ଇତିହାସ ବିଷୟରେ ଜାଣିପାରିବେ ।

ସାଢେ ୭ କୋଟି ଟଙ୍କାରେ ସମଲେଶ୍ୱରୀ ମନ୍ଦିରରେ ନିର୍ମିତ ହୋଇଛି ଏହି ଲାଇଟ୍ ଓ ସାଉଣ୍ଡ ସିଷ୍ଟମ୍ । ଏହି ପ୍ରକଳ୍ପ ଜରିଆରେ ୪ ଟି ଭାଷାରେ ମନ୍ଦିରର ଓ ମା’ ସମଲେଇଙ୍କ ଗାଥା ଜାଣିପାରିବେ ଶ୍ରଦ୍ଧାଳୁ । ଓଡ଼ିଆ, ହିନ୍ଦୀ, ଇଂରାଜୀ ସହ ସମ୍ବଲପୁର ଭାଷାରେ ତଥ୍ୟ ମିଳିବ । ଆଜିର କାର୍ୟ୍ୟକ୍ରମରେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ରଙ୍କ ସହ ପର୍ୟ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

seventeen − three =