ହବିଷ୍ୟାଳୀ ବ୍ରତର ଶୁଭାରମ୍ଭ କଲେ ନବୀନ, ତିନୋଟି ସ୍ଥାନରେ ରହିବେ 3ହଜାର ହବିଷ୍ୟାଳୀ

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନରେ ଭିଡିଓ କନଫରେନସିଂ ଜରିଆରେ ପୁରୀରେ ଚଳିତ ବର୍ଷ ପାଇଁ ହବିଷ୍ୟାଳୀ ବ୍ରତ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି ଅବସରରେ ହବିଷ୍ୟାଳୀମାନଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଶୁଭେଚ୍ଛା ଜଣାଇ ଆନନ୍ଦରେ କାର୍ତ୍ତିକ ବ୍ରତ ପାଳ କରିବାକୁ କହିଥିଲେ ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ପୁରୀରେ ତିନୋଟି ସ୍ଥାନରେ ତିନି ହଜାର ହବିଷ୍ୟାଳୀ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ ଠାରେ 900 ଏବଂ ମୁନିସିପାଲଟି କଲ୍ୟାଣ ମଣ୍ଡପରେ 600 ହବିଷ୍ୟାଳୀ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ନୂତନ ଭାବେ ନିର୍ମିତ ନରେନ୍ଦ୍ରକୋଣ ହବିଷ୍ୟାଳୀ କେନ୍ଦ୍ରରେ 1500 ହବିଷ୍ୟାଳୀ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ଏହି କେନ୍ଦ୍ରଟି ବିଦ୍ଧିବଧ ଭାବେ ଉଦଘାଟିତ ନହୋଇଥିଲେ ମଧ୍ୟ ଏଠାରେ ହବିଷ୍ୟାଳୀମାନଙ୍କ ପାଇଁ ସୁବନ୍ଦୋବସ୍ତ କରାଯାଇଛି । ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସରୁ ହବିଷ୍ୟାଳୀମାନଙ୍କୁ ମନ୍ଦିରକୁ ନେବା ଆଣିବା କରିବା ପାଇଁ 3ଟି ବସର ମଧ୍ୟ ବ୍ୟବସ୍ଥା କରାଯାଇଛି । ସୂଚନାଯୋଗ୍ୟ ଯେ, ଆଜି ସୁଦ୍ଧା 2577 ଜଣ ହବିଷ୍ୟାଳୀ ଏହି କାର୍ଯ୍ୟକ୍ରମ ପାଇଁ ପଂଜିକୃତ ହୋଇସାରିଛନ୍ତି ଏବଂ ତନ୍ମମଧ୍ୟରୁ 2183 ଜଣ ବିଭିନ୍ନ କେନ୍ଦ୍ରରେ ରହି ବ୍ରତ ଆରମ୍ଭ କରିଛନ୍ତି ।

ହବିଷ୍ୟାଳୀଙ୍କ ସୁରକ୍ଷା ଓ ସୁବିଧା ପାଇଁ ଜିଲ୍ଲାର 500 ସରକୀର ଅଧିକାରୀ ଓ କର୍ମଚାରୀ, ୟୁଥ ଫର ବେଟର ପୁରୀ ନାମକ ଏକ ସଂସ୍ଥାର 120 ସ୍ବେଚ୍ଛାସେବୀ ଏବଂ ରେଡକ୍ରସର 60 ଜଣ ସଦସ୍ୟ ନିୟୋଜିତ ହୋଇଛନ୍ତି । 2016 ମସିହାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ହବିଷ୍ୟାଳୀଙ୍କ ବ୍ରତ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି । ସେମାନଙ୍କ ରହିବା ବ୍ୟବସ୍ଥା ସହିତ ମହାପ୍ରସାଦ ସେବନ, ଏକାଦଶୀ ଦିନ ଫଳ ସେବନ ବ୍ୟବସ୍ଥା ଏବଂ ସଂଧ୍ୟାରେ ପାଲା, ଦାଶକାଠିଆ ଓ ପ୍ରବଚନ ଆଦିର ବ୍ୟବସ୍ଥା ମଧ୍ୟ କରାଯାଉଛି ।

ରାଜ୍ୟ ଲୋକସେବା ଭବନରେ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା, ମୁଖ୍ୟ ଶାସନ ସଚିବ, ସଂସ୍କୃତି ସଚିବ, ଏବଂ ପୁରୀରେ ବିଧାୟକ ଜୟନ୍ତ ଷଡଙ୍ଗୀ, ଜିଲ୍ଲାପାଳ, ଏସିପ ପ୍ରମୁଖ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

4 + three =