ଗଜପତି ମହାରାଜା ଆରମ୍ଭ କଲେ ଛେରା ପହଁରା

ପୁରୀ()   ଆଜି ମହାପ୍ରଭୁ ଶ୍ରୀଜଗନ୍ନାଙ୍କ ଘୋଷଯାତ୍ରା ।ତିନି ଠାକୁର ରଥାରୂଢ଼ ହୋଇଛନ୍ତି । ସମସ୍ତ ଅଲୌକିକତା ମଧ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଆଜି ଗୁଣ୍ଡିଚା ମନ୍ଦିରକୁ ବାହାରିଛନ୍ତି । ଏଥିପାଇଁ ଆଜି ଚଳଚଞ୍ଚଳ ହୋଇ ଉଠିଛି ବଡ଼ଦାଣ୍ଡ । ବଡ଼ଭାଇ ଶ୍ରୀବଳଦେବ, ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଘେନି ସମସ୍ତ ଅଲୌକିକତା ମଧ୍ୟରେ ଲୌକିକତାର ପରିପ୍ରକାଶ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ଆଜି ରଥଯାତ୍ରାରେ ଗୁଣ୍ଡିଚା ମନ୍ଦିରକୁ ବାହାରିଛନ୍ତି ।

ପହଣ୍ଡି ସରିବା ପରେ ଚାଲିଛି ନୀତିକାନ୍ତି । ପୁରୀରେ ରଥଯାତ୍ରା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଗଜପତି ମହାରାଜଙ୍କ ଛେରାପହଁରା ପରେ ତିନିରଥ ମାଉସୀ ମା ଅଭିମୁଖେ ଯାତ୍ରା କରିବେ । ଛେରାପହଁରା ପୂର୍ବରୁ ରଥ ଉପରେ ତିନିଠାରୁଙ୍କୁ ଦର୍ଶନ କରିଛନ୍ତି ଶଙ୍କରାଚାର୍ୟ୍ୟ ।

ସେପଟେ ଗଜପତି ମହାରାଜା ଦିବ୍ୟସିଂହ ଛେରାପହଁରା ନୀତି ଆରମ୍ଭ କରିଛନ୍ତି ।ଗଜପତି ମହାରାଜ ପ୍ରଥମେ ବଳଭଦ୍ରଙ୍କ ରଥରେ ଛେରା ପହଁରା କରିଛନ୍ତି । ତେବେ ଗଜପତି ମହାରାଜାଙ୍କ ଛେରା ପହଁରା ନୀତି ମଧ୍ୟରେ ମୁଖ୍ୟତଃ ଦର୍ଶନ, ରାଜନୀତି, ବନ୍ଦାପନା, କର୍ପୂର ବର୍ତକ, ଚାମର, ଆଲଟ ସେବା, ପୟମାଳା ଗ୍ରହଣ ଆଦି ରହିଥାଏ । ତିନି ରଥ ଉପରେ ଶ୍ରୀ ବିଗ୍ରହମାନଙ୍କ ପହଣ୍ଡି ବିଜେ ହୋଇ ରଥାରୂଢ ହେବାପରେ ମୁଖ୍ୟ ବିଗ୍ରହମାନଙ୍କ ମଇଲମ ଓ ମାଳଫୁଲ, ଲାଗି ହୋଇଥାଏ ।

Share

Leave a Reply

Your email address will not be published. Required fields are marked *

13 + 18 =