କ୍ୟାବିନେଟରେ ବାଜିପାରେ ୧୫ ପ୍ରସ୍ତାବ ଉପରେ ମୋହର

ଭୁବନେଶ୍ୱର()  ଆଜି ବସୁଛି ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ। ଅପରାହ୍ନ ସାଢ଼େ ୫ଟାରେ ମନ୍ତ୍ରୀ ପରିଷଦ ବୈଠକ ବସିବ। ଏଥିରେ ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡ଼ିଓ କନଫେରେନ୍ସିଂରେ ମାଧ୍ୟମରେ ଏହି ବୈଠକ ବସିବାକୁ ଯାଉଛି। ଆଗାମୀ ବିଧାନସଭା ଅଧିବେଶନରେ ଆସିବାକୁ ଥିବା ୨୦୦-୨୧ ପ୍ରଥମ ଅତିରିକ୍ତ ବଜେଟକୁ ଅନୁମୋଦନ ମିଳିପାରେ। ଏହାପରେ ସାଢ଼େ ୫ଟାରେ କ୍ୟାବିନେଟ ବୈଠକ ବସିବ। ନବୀନ ନିବାସରୁ ଭିଡିଓ କନଫେରେନ୍ସିଂରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ। ପ୍ରାୟ ୧୫ଟି ପ୍ରସ୍ତାବ ଉପରେ ବିଚାରବିମର୍ଶ ପରେ ଅନୁମୋଦନ ଦେଇପାରେ ରାଜ୍ୟ କ୍ୟାବିନେଟ୍। ଏଥିରେ ରହିଛି ରାଜସ୍ୱ, ସ୍ୱାସ୍ଥ୍ୟ ଓ ପୂର୍ତ୍ତ ବିଭାଗର କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ।

Share

Leave a Reply

Your email address will not be published. Required fields are marked *

20 + four =