ବିଜେଡିରେ ମିଶିଲେ ବିଜେପି ଓ କଂଗ୍ରେସ କର୍ମୀ

ଦେବଗଡ: ଦେବଗଡ଼ ର ରିଆମାଳ ବ୍ଲକର ମିଶ୍ରଣ ପର୍ବରେ ଆଜି ବିଜେଡିରେ ସାମିଲ ହୋଇଛନ୍ତି ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ । ସ୍ଥାନୀୟ ଅଞ୍ଚଳର କିଛି ବ୍ୟବସାୟୀ ମଧ୍ୟ ଆଜି ଦଳରେ ସାମିଲ ହୋଇଛନ୍ତି । ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲାବେଳେ, ସମସ୍ତଙ୍କୁ ଦଳକୁ ସ୍ୱାଗତ କରିଥିଲେ ନିରଞ୍ଜନ । ନବୀନଙ୍କ ଆଦର୍ଶ ଓ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ପାଇଁ ବିଜେଡିରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି କର୍ମୀ ଓ ନେତା । ମିଶ୍ରଣ ପର୍ବରେ ଜିଲ୍ଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ବିଜେଡି ରାଜ୍ୟ ମୁଖପାତ୍ର ସଞ୍ଜୟ ବାବୁଙ୍କ ସମେତ ବିଜେଡି ନେତା ଅମରେନ୍ଦ୍ର ଗଙ୍ଗଦେବ ଓ ଜିଲ୍ଲା ବିଜୁ କୃଷକ ମୋର୍ଚ୍ଚା ସଭାପତି ଚିତ୍ତ ରଞ୍ଜନ ପ୍ରଧାନ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

nineteen − five =