ବିରୋଧୀଙ୍କୁ ବିଜେଡିର ଟାର୍ଗେଟ

ଭୁବନେଶ୍ୱର:  ନିର୍ବାଚନ ଆସିଲେ ହିଁ ବିରୋଧୀଙ୍କର ନାରୀ ସୁରକ୍ଷା ପ୍ରସଙ୍ଗ ଉଠେ । ଆଉ ନିର୍ବାଚନ ସରିଗଲେ ଏହିକଥାକୁ ଭୁଲି ଯାଆନ୍ତି ବିରୋଧୀ । ଏଭଳି କହି ମମିତା ମେହେର ହତ୍ୟା ମାମଲାରେ ବିରୋଧୀ ବିଜେପି ଓ କଂଗ୍ରେସକୁ କଡା ସମାଲୋଚନା କରିଛି ବିଜେଡି । ପ୍ରେସମିଟ୍ କରି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ, ନିର୍ବାଚନ ପାଇଁ ବିରୋଧୀମାନେ ଶସ୍ତା ରାଜନୀତି କରନ୍ତି । ୨୦୧୩ ମସିହାର ଇତିଶ୍ରୀ ପ୍ରଧାନ ମୃତ୍ୟୁ ଓ ୨୦୧୭ରୁ କୁନ୍ଦୁଲି ଘଟଣାର ଉଦାହରଣ ଦେଇଛନ୍ତି ବିଜେଡି ମୁଖପାତ୍ର । ସେ କହିଛନ୍ତି ଯେ, ୨୦୧୪ ସାଧାରଣ ନିର୍ବାଚନ ଓ ବିଜେପୁର ଉପ-ନିର୍ବାଚନ ପୂର୍ବରୁ ବିରୋଧୀ ଜାଣିଶୁଣି ଏହି ଦୁଇ ପ୍ରସଙ୍ଗ ଉଠାଇଥିଲେ । ହେଲେ ନିର୍ବାଚନ ପରେ ଏହି କଥା ଭୁଲିଯାଇଥିଲେ । ବିରୋଧୀମାନେ ମହିଳାମାନଙ୍କୁ ମୋହରା କରି, ନାରୀ ସୁରକ୍ଷା ପ୍ରସଙ୍ଗ ଉଠାଇ କେବଳ ଶସ୍ତା ରାଜନୀତି କରୁଛନ୍ତି ବୋଲି ବିଜେଡି କହିଛି ।

Share

Leave a Reply

Your email address will not be published. Required fields are marked *

two × 2 =