ଏଣିକି ସାଧାରଣ ଲୋକ ବି ନବୀନଙ୍କ ସଂପର୍କରେ ଦେଇପାରିବେ ମତ

ଭୁବନେଶ୍ବର () ଏଣିକି ସାଧାରଣ ଲୋକ ବି ନବୀନ ପଟ୍ଟନାୟକଙ୍କ ସଂପର୍କରେ ନିଜର ମତାମତ ରଖିପାରିବେ । ସେ ମହିଳା କି ଚାଷୀ, ଯୁବକ ଯୁବତୀ କି ବୁଦ୍ଧିଜୀବୀ ସମସ୍ତେ ନବୀନଙ୍କ ସଂପର୍କରେ ନିଜ ଅନୁଭୂତି କିମ୍ବା ମତ ମନ୍ତବ୍ୟ ରଖିପାରିବେ । ଏଥିପାଇଁ ବିଜେଡି ଆରମ୍ଭ କରିଛି ଏକ ନୂଆ ଶୈଳୀର ପ୍ରଚାର ଅଭିଯାନ – ମୁଁ ନବୀନଙ୍କ ପାଇଁ କହୁଛି (I speak for Naveen)। ଏହି ଅଭିଯାନରେ ଏକ ସ୍ବତନ୍ତ୍ର ଗାଡ ରାଜ୍ୟର ସବୁ ଜିଲ୍ଲା ଓ ସବୁ ନିର୍ବାଚନମଣ୍ଡଳୀରେ ପହଁଚିବ । ଏହା ଜରିଆରେ ସାଧାରଣ ଲୋକେ ନବୀନ ପଟ୍ଟନାୟକଙ୍କ ସଂପର୍କରେ ନିଜ ମତ ରଖିପାରିବେ । ନବୀନଙ୍କ କାର୍ଯ୍ୟ ଶୈଳୀ, ତାଙ୍କ ନୀତି ଆଦର୍ଶ, ତାଙ୍କ ଯୋଜନା ଉପରେ ସାଧାରଣ ଭୋଟର ଯାହା ଅନୁଭବ କରୁଛି ସେହି ଅନୁଭୁତିକୁ ସେ ଏହି ପ୍ରଚାର ଗାଡି ଜରିଆରେ ରଖିପାରିବ ।

ବିଜେଡି ଆଇଟି ପକ୍ଷରୁ ଏହି ଅଭିଯାନ ଆରମ୍ଭ ହୋଇଛି । ପୂର୍ବରୁ ପରୀକ୍ଷାମୂଳକ ଭାବେ କିଛି କଲେଜ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ମତ ଗ୍ରହଣ କରାଯାଇଥିଲା । ଆଜିଠାରୁ ଏହାକୁ ସବୁ ଜିଲ୍ଲା ଓ ନିର୍ବାଚନମଣ୍ଡଳୀକୁ ପଠାଯାଇଛି । ପ୍ରଥମେ ଏହି ପ୍ରଚାର ଗାଡ ଦକ୍ଷୀଣ ଓଡିଶା ଗସ୍ତ କରିଛି । ସାଧାରଣ ଭୋଟର ନବୀନଙ୍କ ସହ ସଂପର୍କରେ ଯାହା ଭାବୁଛନ୍ତି ଏବଂ ତାଙ୍କର ଆବଶ୍ୟକତା ସଂପର୍କରେ ଏହି ଅଭିଯାନ ମାଧ୍ୟମରେ ଜଣାଇପାରିବେ ।

ଏହି ଅଭିଯାନରେ ଦଳର ତିନୋଟି ଯାକ ଛାମୁଆ ସଂଗଠନ ଯୋଡି ହୋଇଛନ୍ତି । ଯୁବ, ଛାତ୍ର ଓ ମହିଳା ସଂଗଠନ ଜରିଆରେ ସବୁ ବ୍ଲକରେ ଏହି ଅଭିଯାନ ଚାଲିବ ଓ ଲୋକଙ୍କ ମତାମତ ସଂଗ୍ରହ କରାଯିବ ।

Share

Leave a Reply

Your email address will not be published. Required fields are marked *

6 − two =